ପୁରୁଷ ହକି ବିଶ୍ୱକପ୍‌: ହୋଟେଲରେ ସୁରକ୍ଷା ଯାଞ୍ଚ କଲେ ଡିସିପି

23

ଭୁବନେଶ୍ୱର: ଜାନୁୟାରୀ ୧୩ ରୁ ୨୯ ପର୍ଯ୍ୟନ୍ତ ହେବାକୁ ଥିବା ହକି ପୁରୁଷ ବିଶ୍ୱକପ-୨୦୨୩କୁ ଆଖିରେ ରଖି ଆଜି ଭୁବନେଶ୍ୱରର ଡିସିପି ପ୍ରତୀକ ସିଂ ଭୁବନେଶ୍ୱରରେ ଥିବା ବିଭିନ୍ନ ହୋଟେଲ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ । ଏହି ସମୟରେ ହୋଟେଲରେ କିପରି ଖେଳାଳିମାନେ ସୁବିଧାରେ ରହିବେ ଏବଂ ହୋଟେଲର ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀଙ୍କର ଖେଳାଳିମାନଙ୍କ ପ୍ରତି କିପରି ଦାୟିତ୍ୱ ରହିବ ସେନେଇ ଡିସିପି ହୋଟେଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ । ଭୁବନେଶ୍ୱରର ୯ ଟି ହୋଟେଲରେ ଖେଳାଳିମାନେ ରହିବାର ବ୍ୟବସ୍ଥା କରାଯାଇଛି । ଖେଳାଳିମାନେ ରହୁଥିବା ପ୍ରତ୍ୟକ ହୋଟେଲରେ ଜଣେ ଲେଖାଏଁ ଡିଏସ୍‌ପିଙ୍କ ତତ୍ତ୍ୱାବଧାନରେ ୩ ଜଣ ଇନସ୍ପେକ୍ଟର, ୬ ଜଣ ସବ-ଇନସ୍ପେକ୍ଟର କିମ୍ବା ଆସିଷ୍ଟାଣ୍ଟ ସବ-ଇନସ୍ପେକ୍ଟର , ୩ ଜଣ ସିଗନାଲ୍ ଆସିଷ୍ଟାଣ୍ଡ ସବ-ଇନସ୍ପେକ୍ଟର, ଏପିଆର -୬, ୨ ପ୍ଲାଟୁନ ଫୋର୍ସ, ହୋମ୍ ଗାର୍ଡ ୩ ଜଣ ୨୪ ଘଣ୍ଟିଆ ସୁରକ୍ଷା ଦାୟିତ୍ୱରେ ରହିବେ । ହୋଟେଲରେ ରହିବା ବେଳେ ଖେଳାଳିମାନଙ୍କ ସହିତ ହୋଟେଲର କର୍ମଚାରୀମାନଙ୍କର କିପରି ଉତ୍ତମ ବ୍ୟବହାର ରହିବ ସେନେଇ ଡିସିପି ପୁଙ୍ଖାନୁପୁଙ୍ଖ ଆଲୋଚନା କରି କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

Comments are closed, but trackbacks and pingbacks are open.