ବଦଳିଲେ ୧୧ ଜିଲ୍ଲାର ଏସ୍‌ପି

23

ଭୁବନେଶ୍ୱର: ନୂଆବର୍ଷର ଦିନକ ପୂର୍ବରୁ ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ତିନି ଏସ୍‌ପି ଡିଆଇଜି ପାହ୍ୟାକୁ ପଦୋନ୍ନତି ପାଇଥିବାବେଳେ ୩ ଜଣ ଏସ୍‌ଡିପିଓରୁ ଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ଜଣେ ବରିଷ୍ଠ ଓପିଏସ୍ ବି ଏସ୍‌ପି ପଦବୀରେ ଅବସ୍ଥାପିତ ହୋଇଛନ୍ତି । ଏକାଥରେ ବଦଳିଛନ୍ତି ୧୧ ଜିଲ୍ଲାର ଏସ୍‌ପି । ଶୁକ୍ରବାର ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଜଗତସିଂହପୁର ଏସ୍‌ପି ଅଖିଳେଶ୍ୱର ସିଂହ ପଦୋନ୍ନତି ପାଇ ଏସ୍‌ଏପିର ଡିଆଇଜି ଭାବରେ ଅବସ୍ଥାପିତ ହୋଇଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲାର ଏସ୍‌ପି ବ୍ରିଜେଶ କୁମାର ରାୟଙ୍କୁ ଅନୁଗୁଳ ରେଞ୍ଜ ଡିଆଇଜି ଭାବେ ଏବଂ ଭଦ୍ରକ ଜିଲ୍ଲାର ଏସ୍‌ପି ଚରଣ ସିଂ ମୀନାଙ୍କୁ ଅଗ୍ନିଶମ ଓ ହୋମଗାର୍ଡ଼ ଡିଆଇଜି ଭାବେ ନିଯୁକ୍ତି ମିଳିଛି । ୧୧ ଜିଲ୍ଲାର ଏସ୍‌ପିଙ୍କ ମଧ୍ୟରେ ଅଦଳ ବଦଳ ହୋଇଛି । ସେଇ ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ୱର,ଅନୁଗୁଳ, ଯାଜପୁର, ଜଗତସିଂହପୁର, ଗଞ୍ଜାମ, ଢେଙ୍କାନାଳ, କୋରାପୁଟ, ନୂଆପଡ଼ା, ସୁନ୍ଦରଗଡ଼, ଭଦ୍ରକ ଓ କନ୍ଧମାଳ । ବାଲେଶ୍ୱର ଏସ୍‌ପି ସୁଧାଂଶୁ ଶେଖର ମିଶ୍ରଙ୍କୁ ଅନୁଗୁଳର ଏସ୍‌ପି ଭାବରେ ନିଯୁକ୍ତି ଦିଆଯାଇଛି । ସେହିପରି ଯାଜପୁର ଏସ୍‌ପି ରାହୁଲ ପି.ଆରଙ୍କୁ ଜଗତସିଂହପୁରର ଏସ୍‌ପି, ଅନଗୁଳ ଏସ୍‌ପି ଜଗମୋହନ ମିନାଙ୍କୁ ଗଞ୍ଜାମ ଏସ୍‌ପି, ଢେଙ୍କାନାଳ ଏସ୍‌ପି ଏଲ ଦିବ୍ୟାଙ୍କୁ ଭିଜିଲାନ୍ସ ଏସ୍‌ପି, ନୂଆପଡ଼ା ଏସ୍‌ପି ପ୍ରତ୍ୟୁଷ ଦିବାକରଙ୍କୁ ସୁନ୍ଦରଗଡ଼ ଏସ୍‌ପି ଭାବରେ ବଦଳି ହୋଇଛି । କନ୍ଧମାଳ ଏସ୍‌ପି ବିନୀତ ଅଗ୍ରୱାଲ ଯାଜପୁର ଏସ୍‌ପି, କୋରାପୁଟ ଏସ୍‌ପି ବରୁଣ ଗୁଣ୍ଡୁପାଲିଙ୍କୁ ଭଦ୍ରକ ଏସ୍‌ପି, ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥଙ୍କୁ ବାଲେଶ୍ୱର ଏସ୍‌ପି ଭାବେ ଅବସ୍ଥାପିତ କରାଯାଇଛି । ମାଲକାନାଗିରି ଏସ୍‌ଡିପିଓ ଶୁଭେନ୍ଦୁ ପାତ୍ରଙ୍କୁ କନ୍ଧମାଳର ଏସ୍‌ପି ଭାବେ ନୂଆ ନିଯୁକ୍ତି ମିଳିଥିବାବେଳେ କେସିଙ୍ଗା ଏସ୍‌ଡିପିଓ ଅଭିନବ ସୋନ୍‌କର କୋରାପୁଟର ଏସ୍‌ପି, ବାଲିଗୁଡ଼ା ଏସ୍‌ଡିପିଓ ଗୁଣ୍ଡଲା ରେଡ୍ଡୀଙ୍କୁ ନୂଆପଡ଼ାର ଏସ୍‌ପି ପଦବୀକୁ ବଦଳି ହୋଇଛନ୍ତି ଏବଂ ସ୍ପେଶିଆଲ ବ୍ରାଞ୍ଚ୍ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର ଢେଙ୍କାନାଳ ଏସ୍‌ପି ଭାବେ ନୂଆ ନିଯୁକ୍ତି ପାଇଛନ୍ତି ।

Comments are closed, but trackbacks and pingbacks are open.