ନୂଆବର୍ଷ ଭେଟି: ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪% ବୃଦ୍ଧି

25

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କୁ ନୂଆବର୍ଷ ଭେଟି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ ଭୋଗୀଙ୍କ ପାଇଁ ଅତିରିକ୍ତ ମହଙ୍ଗା ଭତ୍ତା ୪% ମଞ୍ଜୁର କରିଛନ୍ତି । ଜୁଲାଇ ପହିଲା ୨୦୨୨ରୁ ଏହା ପିଛିଲା ଭାବେ ଲାଗୁ ହେବ । ଶୁକ୍ରବାର ଅର୍ଥ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ପୂର୍ବରୁ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଥିଲା ୩୪% ଥିଲା ବେଳେ ଏବେ ୪ ପ୍ରତିଶତ ବୃଦ୍ଧି ହୋଇ ୩୮% ହୋଇଛି । ଏହାଦ୍ୱାରା ରାଜ୍ୟ ସରକାରଙ୍କ ୪ ଲକ୍ଷ କର୍ମଚାରୀ ଓ ସାଢ଼େ ୩ ଲକ୍ଷ ପେନସନ୍‌ଭୋଗୀ ଉପକୃତ ହେବେ । ଏଥିପୂର୍ବରୁ ୨୦୨୨ ଦଶହରା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନକ୍ରମେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩% ବୃଦ୍ଧି ହୋଇଥିଲା । ସେତେବେଳେ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ୩୧%ରୁ ୩୪%କୁ ବୃଦ୍ଧି ପାଇଥିଲା । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସବୁ କର୍ମଚାରୀ ସଂଘ ସ୍ୱାଗତ କରିଛନ୍ତି ।

Comments are closed, but trackbacks and pingbacks are open.