ଶୀତଋତୁରେ ଗ୍ରୀଷ୍ଣପ୍ରବାହ

27

ଭୁବନେଶ୍ବର: ଶୀତଋତୁରେ ସାରା ରାଜ୍ୟରେ ପ୍ରଚଣ୍ଡ ଗରମ ଅନୁଭୂତି ହେଉଛି। ସତେଯେତିକି ଅଦିନରେ ଗ୍ରୀଷ୍ଣଋତୁ ଚାଲିଛି।  ଅଧିକାଂଶ ସ୍ଥାନରେ ୫ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା ବୃଦ୍ଧି ପାଇଛି। ସାମୁଦ୍ରିକ ଉଷ୍ମ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ ରାଜ୍ୟରେ ଶୀତ କମିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ଶ୍ରୀ ଦାସ କହିଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ ପୁରୀରେ ରାତି ତାପମାତ୍ରା ସର୍ବୋଚ୍ଚ ୨୪ ଡିଗ୍ରୀ ରେକର୍ଡ କରାଯାଇଛି। ପାରାଦୀପରେ ୨୩.୨, ଚାନ୍ଦବାଲିରେ ୨୨, ଗୋପାଳପୁରରେ ୨୧.୫ ଓ  ଖୋର୍ଦ୍ଧାରେ ୨୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରରେ ତାପମାତ୍ରା ୧୯.୮ ଡିଗ୍ରୀ ରେକର୍ଡ କରାଯାଇଛି। ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ସାମୁଦ୍ରିକ ଉଷ୍ମ ଜଳୀୟବାଷ୍ପ ବାୟୁ ପ୍ରଭାବରେ ରାଜ୍ୟରେ ଶୀତ କମିଛି। ଏଥିସହ ଉତ୍ତର ଭାରତରେ ମଧ୍ୟ ଚଳିତବର୍ଷ ତୁଷାରପାତ କମ ରହିଛି । ଜାମ୍ମୁ ଓ କାଶ୍ମୀରରେ ୮୯ ପ୍ରତିଶତ, ହିମାଚଳ ପ୍ରଦେଶରେ ୯୦ ପ୍ରତିଶତ ଓ ଉତ୍ତରପ୍ରଦେଶରେ ୯୮ ପ୍ରତିଶତ କମ ତୁଷାରପାତ ରହିଛି। ଏହାର ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଛି। ତୁଷାର ପାତ ଅଧିକ ହେବା ଯୋଗୁ ଉତ୍ତର ପଶ୍ଚିମ ବାୟୁ ଓଡ଼ିଶାକୁ ଆସିଥାଏ। ଅଧିକ ଥଣ୍ଡା ଅନୁଭୂତ ହୋଇଥାଏ। ଚଳିତ ବର୍ଷ କମ୍ ତୁଷାରପାତ ଯୋଗୁ ଉତ୍ତର ପଶ୍ଚିମ ବାୟୁର ପ୍ରଭାବ ଓଡ଼ିଶାରେ କମ୍‌ ରହିଛି। ଏଥିପାଇଁ  ଓଡ଼ିଶାରେ ଶୀତର ପରିମାଣ କମ୍‌ ରହିଛି। ୧ରୁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ଥଣ୍ଡା ଅନୂଭୂତ ହେବ ନାହିଁ। ଏହାସହ ତାପମାତ୍ରା ମଧ୍ୟ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଶ୍ରୀ ଦାସ କହିଛନ୍ତି।

Comments are closed, but trackbacks and pingbacks are open.