IPL 2022 :ରାଜସ୍ଥାନ ରୟାଲ୍ସ ଟସ୍ ଜିତି ଲକ୍ଷ୍ନୌ ବିପକ୍ଷ ରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

34

ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (LSG) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ ଆଇପିଏଲ୍ 2022 ର ୬୩ ତମ ମ୍ୟାଚ୍ ମୁମ୍ବାଇର ବ୍ରାବନ୍ ଷ୍ଟାଡିୟମରେ ଖେଳାଯାଉଛି I ଆଜି ର ମ୍ୟାଚ ରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ପ୍ରଥମ ବୋଲିଂପାଳି ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଦଳକୁ ଦେଇଛନ୍ତି। ତେବେ ଆଜି ର ମ୍ୟାଚ ରେ ରାଜସ୍ଥାନ ଦୁଇଟି ପରିବର୍ତ୍ତନ କରିଛି ଟିମ ଅନ୍ତିମ ଏକାଦଶରେ ଜିମି ନିଶାମ ଏବଂ ଓବେଡ ମ୍ୟାକକୋଇଙ୍କୁ ଅନ୍ତର୍ଭୁକ୍ତ କରିଛି I ସେହିପରି ଲକ୍ଷ୍ନୌ ଦଳକୁ ରବି ବିଷ୍ଣୁ ପ୍ରତ୍ୟାବର୍ତନ କରିଛନ୍ତି I
ଲଗାତାର ଚାରିଟି ବିଜୟ ସହ ପଏଣ୍ଟ ଟେବୁଲରେ ଶୀର୍ଷରେ ଥିବା ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (LSG) ପୂର୍ବ ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ନିକଟରୁ ପରାସ୍ତ ହୋଇ ଦଳ ଏକ ନମ୍ବର ସ୍ଥାନ ହରାଇ ମ୍ୟାଚ ର ଦ୍ଵିତୀୟ ସ୍ଥାନ ରେ ରହିଛି ଇ ସେହିପରି ରାଜସ୍ଥାନ ରୟଲସ ପୂର୍ବର ମ୍ୟାଚ ରେ ଦିଲ୍ଲୀ କ୍ୟାପିଟାଲସ ନିକଟରୁ ୮ ଉଇକେଟ ରେ ହରି ଶୋଚନୀୟ ପରାଜୟ ପରେ ଆଜି ନିଜର ପ୍ଲେ ଅଫ ରେ ନିଜର ଆସନ ସୁରକ୍ଷିତ ରଖିବା ପାଇଁ ଦମଦାର ପ୍ରଦର୍ଶନ କରିବ I

Comments are closed, but trackbacks and pingbacks are open.