ପୁଣି ଜଣେ ମହିଳା ସରକାରୀ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ : ଗାଡି ରୁ ଜବତ ହେଲା ନଗଦ ୬ ଲକ୍ଷ
ଆଜି ପୁଣି ଜଣେ ମହିଳା ସରକାରୀ ଅଧିକାରୀ ଭିଜିଲାନ୍ସ ହାତରେ ଗିରଫ Iଗତକାଲି ସମ୍ବଲପୁରର ଜଣେ ମହିଳା ଭିଜିଲାନ୍ସ ଇନ୍ସପେକଟର ମାନସୀ ଜେନା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଗିରଫ ହୋଇଥିଲେ I ସେହିପରି ଆଜି ଭିଜିଲାନ୍ସ ହାତରେ ପଡିଛନ୍ତି ରାୟଗଡା ର ଅବକାରୀ ଅଧୀକ୍ଷକ ନିନା ବେଉରା। ଗତକାଲି ତାଙ୍କ ଗାଡ଼ିରୁ ୬ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଏତେ ଟଙ୍କା କେଉଁଠୁ ଆଣିଲେ ତାର ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରାଙ୍କୁ ଗିରଫ କରିଛି ଭିଜିଲାନ୍ସ।
ଗତକାଲି ରାତି ପାଖାପାଖି ୧୧ଟା ୩୦ରେ ରାୟଗଡ଼ାରୁ ଭୁବନେଶ୍ୱର ଆସୁଥିବା ବେଳେ ଭୁବନେଶ୍ୱର ନିକଟରେ ନିନାଙ୍କୁ ଧରିଥିଲା ଭିଜିଲାନ୍ସ । ତାଙ୍କଠାରୁ ୬ ଲକ୍ଷ ଟଙ୍କା ଜବତ କରାଯାଇଛି । ଟଙ୍କା କେଉଁଠୁ ଆଣିଲେ, ସେନେଇ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ଗିରଫ କରିଛି ଭିଜିଲାନ୍ସ । ଏହା ପରେ ନିନାଙ୍କ ଘର ଓ ତାଙ୍କ ସଂପର୍କୀୟଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ । ନିନାଙ୍କ ସ୍ୱାମୀ ନିହାର ରଂଜନ ମହାନ୍ତି ମାହାଙ୍ଗା ଥାନାରେ ଆଇଆଇସି ଭାବେ କାର୍ଯ୍ୟ କରନ୍ତି। ଭିଜିଲାନ୍ସ ମାହାଙ୍ଗା ସ୍ଥିତ ବାସଭବନ ରେଡ୍ ବେଳେ ବାଧା ଦେଖାଦେଇଥିଲା।
ଭିଜିଲାନ୍ସ ରେଡ୍ ବିଷୟରେ ଜାଣିବା ପରେ ନିନାଙ୍କ ସ୍ୱାମୀ ଘରେ ତାଲା ପକାଇ କୁଆଡ଼େ ପଳାଇ ଯାଇଥିବା ଜଣାପଡ଼ିଛି ।ଏହାପରେ ଆଇଆଇସିଙ୍କ ସହ ଯୋଗାଯୋଗ କରିବା ପାଇଁ ଭିଜିଲାନ୍ସ ଚେଷ୍ଟା କରିଥିଲେ ହେଁ ତାହା ସମ୍ଭବ ହୋଇନଥିଲା । ତେଣୁ ଆଇଆଇସିଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ଅଫିସରେ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପକ୍ଷରେ ରେଡ୍ ଖବର ପାଇ ଘରେ ତାଲା ମାରିବା କଥାକୁ ମାହାଙ୍ଗା ଥାନା ଆଇଆଇସି ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ମୋତେ କାଲି କେହି ଯୋଗାଯୋଗ କରି ନଥିଲେ। ଭିଜିଲାନ୍ସ ଚାହିଁଥିଲେ ମୋତେ ଯୋଗାଯୋଗ କରିପାରିଥାନ୍ତା। ଆଜି ସକାଳେ ଅତିରିକ୍ତ ଏସ୍ପି ମୋତେ ଯୋଗାଯୋଗ କରିଥିଲେ। ପତ୍ନୀଙ୍କ ସହ ମୋବାଇଲରେ ଯୋଗାଯୋଗ ନ ହେବାରୁ ଖୋଜୁଥିଲି। ପତ୍ନୀ ଭିଜିଲାନ୍ସ ଟ୍ରାପ୍ ହେବା କଥା ଜାଣି ନ ଥିଲି।
ତେବେ ଆଜି ସକାଳେ ଫୋନ୍ ପାଇବା ପରେ ଭିଜିଲାନ୍ସ ଅଫିସରରେ ହାଜର ହୋଇଛନ୍ତି ନିହାର ମହାନ୍ତି । କିନ୍ତୁ ପତ୍ନୀଙ୍କ ଠାରୁ ୬ଲକ୍ଷ ଟଙ୍କା ଜବତ ଘଟଣାରେ ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।
Comments are closed, but trackbacks and pingbacks are open.