ମଣିଷକୁ ପଶୁ ଇଂଜେକସନ ଘଟଣା :ଏଏସ୍‌ଆଇ ନିଲମ୍ବିତ , କ୍ୱାକ୍‌ ଫେରାର

28

ମୟୁରଭଞ୍ଜ ଠାକୁରମୁଣ୍ଡା ଅଂଚଳରେ ମଣିଷକୁ ପଶୁ ଇଂଜେକସନ ଦେଇଥିବା ଘଟଣାରେ ଏଏସଆଇ ନିଲମ୍ବିତ I କ୍ୱାକ୍‌ ବିଶ୍ୱନାଥ ବେହେରାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଏକ ଲିଖିତନାମା ରଖି ଛାଡ଼ି ଦେଇଥିବା ଅଭିଯୋଗ ପରେ ଏଏସଆଇ ପବିତ୍ର ମୋହନ ରାଉତ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୟୂରଭଞ୍ଜ ଏସ୍‌ପି ରିଷିକେଶ ଡ୍ୟାନଦେଓ ଖିଲାରୀ । ଏହି ଘଟଣାରେ ପଶୁ ଇଞ୍ଜେକ୍ସନ ଦେଇଥିବା ସମ୍ପୃକ୍ତ କ୍ୱାକ୍‌ ଫେରାର ଅଛନ୍ତି I

ଗତ ଶନିବାର ବିଶ୍ୱନାଥ ବେହେରା ନାମକ କ୍ୱାକ୍‌ ମହୁଲଡିହା ଗ୍ରାମକୁ ଯାଇଥିବା ବେଳେ ସେଠାରେ ଅଣ୍ଟା ବିନ୍ଧା ରୋଗୀ ଶ୍ରୀକାନ୍ତ ମହାନ୍ତଙ୍କୁ ଏକାଥରେ ୩ଟି ପଶୁ ଇଞ୍ଜେକସନ (MELOXICAM)ମେଲୋକ୍ସିକାମ ଦେଇଥିଲେ।

ଏହାପରେ ଚିକିତ୍ସା ବାବଦ ଟଙ୍କା ମାଗିବାରୁ ଶ୍ରୀକାନ୍ତଙ୍କ ପୁଅ ଇଞ୍ଜେକସନ୍‌ ଖୋଳରେ ପଶୁଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଲେଖା ଦେଖି ପୂର୍ବତନ ସମିତିସଭ୍ୟ ରଞ୍ଜନ କୁମାର ମହାନ୍ତଙ୍କୁ ଡାକି ଦେଖାଇଥିଲେ। ଏହାକୁ ନେଇ ବିଶ୍ବନାଥ ଓ ଗ୍ରାମବାସୀଙ୍କ ମଧ୍ୟରେ ବାକ୍‌ବିତଣ୍ଡା ହୋଇ କଥା ଥାନା ପର୍ଯ୍ୟନ୍ତ ଯାଇଥିଲା। ଶେଷରେ ପୂର୍ବତନ ସମିତିସଭ୍ୟଙ୍କ ସହ ବିଶ୍ବନାଥ ଥାନାକୁ ଯାଇ ସେଠାରେ କାହାର କିଛି କ୍ଷତି ଘଟିଲେ ନିଜେ ଦାୟୀ ରହିବେ ବୋଲି ଲେଖି ପଳାଇ ଆସିଥିଲା। ମେଲୋକ୍ସିକାମ୍‌ ଇଞ୍ଜେକସନ୍‌ ପଶୁଙ୍କ ପାଇଁ ଉଦ୍ଦିଷ୍ଟ। ଏହା ଜାଣିବା ପରେ ସେ ସାହି ପଡ଼ିଶାଙ୍କୁ ଡାକି ଘଟଣା ସମ୍ପର୍କରେ କହିଥିଲେ।ନକଲି ଡାକ୍ତରଙ୍କୁ ଅଟକ ରଖି ସ୍ଥାନୀୟ ପୂର୍ବତନ ସମିତିସଭ୍ୟଙ୍କୁ କହିଥିଲେ ମନୋଜ। ଏହା ପରେ ପୂର୍ବତନ ସମିତି ସଭ୍ୟ ଉକ୍ତ ଇଞ୍ଜେକ୍‌ସନ୍‌ର ଫଟୋ ଉଠାଇ ଜଣେ ଡାକ୍ତରଙ୍କ ପାଖକୁ ପଠାଇଥିଲେ। ଡାକ୍ତର ସେହି ଇଞ୍ଜେକ୍‌ସନ୍‌କୁ ଦେଖିବା ପରେ ମଣିଷଙ୍କୁ ଦେବା କଥା ନୁହେଁ ବୋଲି କହିଥିଲେ। ଏହାପରେ ବିଶ୍ୱନାଥଙ୍କୁ ଧରି ମହୁଲଡିହା ଥାନା ଜିମା ଦେଇଥିଲେ। ସେତେବେଳେ କାର୍ଯ୍ୟରତ ଥିବା ASI ପବିତ୍ର ମୋହନ ରାଉତ ଏକ ରାଜିନାମା ଲେଖାଇ କ୍ୱାକଙ୍କୁ ଛାଡି ଦେଇଥିଲେ ।

Comments are closed, but trackbacks and pingbacks are open.