ରାତି ରୁ ଏହି ଡ୍ରାଏ ଫ୍ରୁଟ୍ସକୁ ଭିଜାଇ ଖାଆନ୍ତୁ , ସ୍ବାସ୍ଥ୍ୟ ପାଇଁ ହୋଇଥାଏ ଅତ୍ୟନ୍ତ ଲାଭଦାୟକ

22

ସମସ୍ତେ ଜାଣିଛନ୍ତି ଯେ ଡ୍ରାଏ ଫ୍ରୁଟ୍ସ ଶରୀର ପାଇଁ ବେଶ୍ ଲାଭଦାୟକ । ଏଥିରେ ଥିବା ପୋଷକ ତତ୍ତ୍ବ ଶରୀରକୁ ଫିଟ୍ ରଖିଥାଏ । ଏମିତିରେ ଜାଣିବା ନିହାତି ଜରୁରୀ ଯେ କେଉଁ ଡ୍ରାଏ ଫ୍ରୁଟ୍ସକୁ ଭିଜାଇ ଖାଇବା ଉଚିତ ଏବଂ କେଉଁଟିକୁ ଭିଜାଇ ଖାଇବା ଉଚିତ ନୁହେଁ ।

ରିପୋର୍ଟ ଅନୁସାରେ, ସମସ୍ତ ଡ୍ରାଏ ଫ୍ରୁଟ୍ସକୁ ଭିଜାଇ ଖାଇବା ଲାଭଦାୟକ ନୁହେଁ । କାରଣ ଏହା ଜରୁରୀ ନୁହେଁ ଯେ ସମସ୍ତ ଡ୍ରାଏ ଫ୍ରୁଟ୍ସକୁ ଭିଜାଇ ଖାଇଲେ ସେଥିରୁ ଲାଭ ପାଇବେ । ବାଦାମ, କିସ୍‌ମିସ୍ ଏବଂ ଡ୍ରାଏ ପ୍ଲମ୍ ଭଳି ଡ୍ରାଏ ଫ୍ରୁଟ୍ସକୁ ଭିଜାଇ ଖାଇବା ଅଧିକ ଲାଭଦାୟକ ବୋଲି ବିବେଚନା କରାଯାଏ ।

କାଜୁ, ଅଖରୋଟ୍, ମୁଙ୍ଗଫଲି, ପିସ୍ତା, ଖଜୁରୀ ଏବଂ ଛୁହାରା ଭଳି ଡ୍ରାଏ ଫ୍ରୁଟ୍ସକୁ ନଭିଜାଇ ଖାଇପାରିବା । କେତେକ ଡ୍ରାଏ ଫ୍ରୁଟ୍ସ ଏବଂ ନଟ୍ସ ବିଶେଷ କରି ଅଖରୋଟ୍‌ରେ ଆବଶ୍ୟକ ଫ୍ୟାଟି ଏସିଡ୍ ରହିଥାଏ । ଯାହା ରାତିସାରା ଭିଜିବା ପରେ ନଷ୍ଟ ହୋଇପାରେ । ତେଣୁ ଏଗୁଡିକୁ ଭିଜାଇ ଖାଇବାଠାରୁ ଦୂରେଇ ରୁହନ୍ତୁ । ଖଜୁରୀ କିମ୍ବା ଛୁହାରେକୁ ଉଭୟ ଉପାୟରେ ଖାଇପାରିବେ । ଆପଣ ଏହାକୁ ଭିଜାଇ ଖାଇପାରିବେ ଏବଂ ଶୁଖିଲା ଆକାରରେ ମଧ୍ୟ ଖାଇପାରିବେ ।
ପ୍ରକୃତରେ ଡ୍ରାଏ ଫ୍ରୁଟସ ଭିଜାଇବା ଦ୍ବାରା ଅଙ୍କୁରିତ ହୋଇଥାଏ । ଯାହା ହଜମ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ । ଏହା ବ୍ୟତୀତ, ଡ୍ରାଏ ଫ୍ରୁଟ୍ସ ଭିଜାଇବା ପ୍ରକ୍ରିୟା ସମୟରେ ବାହ୍ୟ ସ୍ତରରେ ଥିବା ଫାଇଟେଟ୍‌ସ ଏବଂ ଅକ୍ସାଲେଟ୍ ଭଳି ଆଣ୍ଟି-ପୋଷକ ତତ୍ତ୍ବ ବାହାରି ଯାଇଥାଏ । କିସ୍‌ମିସ୍ ଭଳି ଡ୍ରାଏ ଫ୍ରୁଟ୍ସରେ ପ୍ରିଜରଭେଟିଭ୍‌ସ ବ୍ୟବହାର କରାଯାଇଥାଏ । ଭିଜାଇବା ଦ୍ବାରା ଏହି କ୍ଷତିକାରକ ପ୍ରିଜରଭେଟିଭ୍‌ସ ହଟାଇବାରେ ସାହାଯ୍ୟ କରିଥାଏ । ଏହାସହ ବାଦାମର ଚୋପାରେ ଟେନିନ୍ ରହିଥାଏ । ଯଦି ଆପଣ ବାଦାମକୁ ସିଧାସଳଖ ଖାଉଛନ୍ତି ତେବେ ସେଗୁଡିକୁ ହଜମ କରିବା କଷ୍ଟକର ହୋଇଥାଏ । ଟେନିନ୍ ପୋଷକ ତତ୍ତ୍ବର ଅବଶୋଷଣକୁ ରୋକିଥାଏ । ଯଦି ଆପଣ ବାଦାମକୁ ଭିଜାଇ ଖାଉଛନ୍ତି ତେବେ ତାର ଚୋପା ସହଜରେ ବାହାରିଯାଇଥାଏ ।

Comments are closed, but trackbacks and pingbacks are open.