ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ

31

ରବିବାର ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱରରେ ଘଟି ଯାଇଛି ଏକ ବିଭତ୍ସ ହତ୍ୟାକାଣ୍ଡ । ସୋମବାର ସକାଳେ ଭୁବନେଶ୍ୱର ଲୋୟର ପିଏମଜି ଏଟିଏମ ସମନାରେ ଦୁର୍ବୃତଙ୍କ ଛୁରା ମାଡରେ ସ୍ୱାମୀର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇ ପଡିଥିବାର ଦେଖାଯାଇଥିଲା । ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ । ଖବରପାଇ ପୁଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏଥିସହିତ ଆହତଙ୍କ ମହିଳାଙ୍କ ଶିଶୁକୁ ସୁରକ୍ଷିତ ଅବସ୍ଥାରେ ପୁଲିସ ଉଦ୍ଧାର କରି ଚାଇଲ୍ଡଲାଇନକୁ ହସ୍ତାନ୍ତର କରିବା ସହ ଘଟଣାର ଛାନଭିନ ଆରମ୍ଭ କରିଛି ।
ତେବେ ହତ୍ୟାକାଣ୍ଡ କାହିଁକି ଓ କିଏ ଘଟାଇଲା ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି ।

Comments are closed, but trackbacks and pingbacks are open.