ଜାଣନ୍ତୁ କମଳା ଚୋପାର ଔଷଧୀୟ ଗୁଣ

31

ଆମେ ମାନେ ପ୍ରାୟତଃ ଦୈନିକ କମଳା କୁ ଜଳଖିଆରେ ବା ଜୁସ ବାହାର କରି ପିଇଥାଉ I ଏହା ବାଦ ଡାକ୍ତରଙ୍କ ପରାମର୍ଶରେ ପରିବାରର କୌଣସି ଲୋକ ରୋଗରେ ପଡିଲେ ତାଙ୍କୁ କମଳା ଖାଇବାକୁ ଦିଆଯାଇଥାଏ । କମଳା ଖାଇବା ପୂର୍ବରୁ ଆମେମାନେ ଏହାର ଚୋପାକୁ ଛଡାଇ ଫିଙ୍ଗି ଦେଇଥାଉ । ହେଲେ ଆପଣ ଜାଣନ୍ତି ନାହିଁ ଯେ ଏହି କମଳା ଚୋପା ଆମମାନଙ୍କର ଅନେକ କାମରେ ଲାଗିପାରେ । ଏହି ଚୋପାକୁ ଆପଣ ବିଭିନ୍ନ ରୋଗର ଔଷଧ ଭାବେ ମଧ୍ୟ ବ୍ୟବହାର କରିପାରିବେ । ଆସନ୍ତୁ ଜାଣିବା କମଳା ଚୋପାର ଗୁଣବତ୍ତା ।

କମଳା ଭଳି ତାର ଚୋପାରେ ଅନେକ ଭିଟାମିନ ରହିଥାଏ । ଯାହାକି ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହୋଇଥାଏ । କମଳା ଚୋପାରେ ଭିଟାମିନ-ସି ଥାଏ, ଯାହାକି ଆମ ତ୍ୱଚା ପାଇଁ ବେସ୍ ଲାଭଦାୟକ ଓ ଚର୍ମକୁ ସୁସ୍ଥ ରଖିବାରେ ସହାୟକ ମଧ୍ୟ ହୋଇଥାଏ ।

କମଳା ଚୋପାକୁ ଶୁଖାଇ ଏହାର ପାଉଡରକୁ ବିଭିନ୍ନ ଉପାୟରେ ବ୍ୟବହାର କରାଯାଇ ପାରିବ । ଯଦି ଆପଣ କମଳା ଚୋପାର ପାଉଡରକୁ ମହୁ ସହିତ ମିଶାଇ ମୁହଁ କିମ୍ବା ଶରୀରର ଅନ୍ୟ କୌଣସି ସ୍ଥାନରେ ଲଗାନ୍ତି ତେବେ ଆପଣଙ୍କ ତ୍ୱଚାର ସୁନ୍ଦରତା ବୃଦ୍ଧି ପାଇଥାଏ ।

ଯଦି ଆପଣଙ୍କ ମୁହଁରେ ବ୍ରଣ କିମ୍ବା ସେଭଳି କିଛି ଦେଖା ଯାଉଛି ତେବେ କମଳା ଚୋପାର ପାଉଡର ସହ କିଛି ଗୋଲାବ ଜଳ ମିଶାଇ ବ୍ୟବହାର କଲେ ଆପଣଙ୍କୁ ସୁଫଳ ମିଳିଥାଏ ।

ଯଦି ଆପଣଙ୍କ ଘରେ କିମ୍ବା ପାଖ ଆଖରେ ମଶାର ପ୍ରାର୍ଦୁଭାବ ରହିଛି ତେବେ ଆପଣ କମଳା ଚୋପାର ପାଉଡରକୁ ଜଳୁଥିବା କୋଇଲା ଆଞ୍ଚରେ ପକାଇ ଦିଅନ୍ତୁ । ଏଥିରୁ ବାହାରୁଥିବା ଧୁଆଁ ଆପଣଙ୍କର ଘରୁ ମଶା, ମାଛିକୁ ବାହାରକୁ କାଢିଦେବ ।

କମଳା ଚୋପାକୁ ଆପଣ ରୁମ ଫେସନର ଭାବେ ମଧ୍ୟ ବ୍ୟବହାର କରିପାରିବେ । ଏଥିପାଇଁ ଆପଣ ପାଣିରେ କମଳା ଚୋପାକୁ ପକାଇ ଦିଅନ୍ତୁ , ଏହାସହ କିଛି ଡାଲଚିନି ଓ ଲବଙ୍ଗ ପକାଇ ଦେବା ପରେ ଏହି ପାଣିରୁ ସୁଗନ୍ଧ ବାହାରିବ । ଯାହାକି ରୁମ ଫ୍ରେସନର ଭଳି କାମ କରିବ ।

କମଳା ଚୋପା କେବଳ ତ୍ୱଚା ପାଇଁ ନୁହେଁ ବରଂ ଚୁଟି ପାଇଁ ମଧ୍ୟ ଲାଭ ଦାୟକ । ଚୁଟିରେ ରହୁଥିବା ରୂପିକୁ ହଟାଇବା ପାଇଁ କମଳା ଚୋପାକୁ ବାଟି ଏହାକୁ ମୁଣ୍ଡରେ ଲଗାନ୍ତୁ । ଏହାଦ୍ୱାରା ରୂପି ସମସ୍ୟା ଦୂରହେବା ସହ ବାଳ ଝଡିବା ବି ବନ୍ଦ ହୋଇଯିବ ।

Comments are closed, but trackbacks and pingbacks are open.