ଆଜି ଶପଥ ନେବେ ଭୁବନେଶ୍ୱର ମହାନଗର ନିଗମ ର ପ୍ରଥମ ମହିଳା ମେୟର

24

ଆଜ ଭୁବନେଶ୍ବର ମହାନଗର ନିଗମର ନିର୍ବାଚିତ ପ୍ରଥମ ମହିଳା ମେୟର ସୁଲୋଚନା ଦାସ ଶପଥ ନେବାକୁ ଯାଉଛନ୍ତି I ଏହା ସହିତ ସମସ୍ତ ନଵ ନିର୍ବାଚିତ ୬୭ ଜଣ କର୍ପୋରେଟର ମଧ୍ୟ ଶପଥ ନେବାକୁ ଯାଉଛନ୍ତି I ବିଏମ୍‌ସି ର ସ୍ବତନ୍ତ୍ର ସମ୍ମିଳନୀ କକ୍ଷରେ ସକାଳ ସାଢ଼େ ୯ଟାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ବିଏମ୍‌ସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଗୃହ ଓ ନଗର ଉନ୍ନୟନ ବିଭାଗର ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ ସମସ୍ତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଶପଥ ପାଠ କରାଇବେ ।
ଚଳିତ କର୍ପୋରେସନରେ ୬୭ ଜଣ କର୍ପୋରେଟର ମଧ୍ୟରୁ ୫୧ ଜଣ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ତେଣୁ ସେମାନଙ୍କ ମଧ୍ୟରେ ଶପଥପାଠକୁ ନେଇ ଉତ୍ସାହ ଦେଖା ଦେଇଛି । ଏମାନଙ୍କ ମଧ୍ୟରେ ୩୩ ଜଣ ମହିଳା ଅଛନ୍ତି, ଯେଉଁମାନେ ଆଜି ଶପଥ ନେବା ସହ କର୍ପୋରେସନରେ ସାମିଲ ହେବେ । ଚଳିତ କର୍ପୋରେସନରେ ୬୭ ଜଣ କର୍ପୋରେଟର ମଧ୍ୟରୁ ୫୧ ଜଣ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ତେଣୁ ସେମାନଙ୍କ ମଧ୍ୟରେ ଶପଥପାଠକୁ ନେଇ ଉତ୍ସାହ ଦେଖା ଦେଇଛି । ଏମାନଙ୍କ ମଧ୍ୟରେ ୩୩ ଜଣ ମହିଳା ଅଛନ୍ତି, ଯେଉଁମାନେ ଆଜି ଶପଥ ନେବା ସହ କର୍ପୋରେସନରେ ସାମିଲ ହେବେ । ସେହିପରି ଭୁବନେଶ୍ୱର ମହାନଗର ନିଗମରେ ଆଜି ଡେପୁଟୀ ମେୟର ନିର୍ବାଚନ ହେବ ।
ଭୁବନେଶ୍ୱର ମହାନଗର ନିଗମ ର ଶପଥପାଠ ଉତ୍ସବ ରେ ପୌର ପ୍ରଶାସକ ନିର୍ଦ୍ଦେଶକ ଜି.ମାଥିଭାଥନାନ୍‌ ଙ୍କ ସହିତ ବିଏମ୍‌ସି କମିଶନର ସଞ୍ଜୟ ସିଂ ମଧ୍ୟ ଉପସ୍ଥିତ ରହିବେ । ଶପଥ ନେବା ପରେ ନୂଆ ମେୟର ତାଙ୍କ ପ୍ରକୋଷ୍ଠକୁ ଯାଇ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବେ । ପରେ ଦିନ ୧୦ଟାରେ ଡେପୁଟି ମେୟର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ଡେପୁଟି ମେୟର ନିର୍ବାଚନ ଅଧିକାରୀ ଭାବେ ଜି.ମାଥିଭାଥନାନ୍‌ ଏହାକୁ ପରିଚାଳନା କରିବେ । ୧୦ଟାରୁ ୧୧ଟା ଯାଏ ନାମାଙ୍କନ ଦାଖଲ ପାଇଁ ସମୟ ଦିଆଯାଇଛି । ୧୧ଟାରୁ ୧୨ଟା ଯାଏ ଘଣ୍ଟାଏ ଭିତରେ ନାମାଙ୍କନ ପ୍ରତ୍ୟାହାର କରି ହେବ । ଏହା ପରେ ନିର୍ବାଚନ ଆରମ୍ଭ ହେବ ।

Comments are closed, but trackbacks and pingbacks are open.