ଗାଙ୍ଗପୁର ଆଇଆଇସି ମୃତ୍ୟୁ ଘଟଣା: ହାଇକୋର୍ଟରେ ସିବିଆଇ ତଦନ୍ତ ଦାବିରେ ଜନସ୍ବାର୍ଥ ମାମଲା

103

ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଆଇଆଇସି ଦେବ ଗମାଙ୍ଗଙ୍କ ମୃତ୍ୟୁ ଘଟଣା I ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟ ରେ ଜନସ୍ୱାର୍ଥ ମାମଲା ରୁଜୁ କଲେ ଭାରତୀୟ ବିକାଶ ପରିଷଦ I ଏହା ସହିତ ଅଭିଯୋଗ ଅନୁସାରେ ତାଙ୍କ କ୍ୱାର୍ଟର୍ସକୁ କୁ ଯାଇଥିବା ୨ ପୁଲିସ କର୍ମଚାରୀଙ୍କ ପଲିଗ୍ରାଫ୍ ଟେଷ୍ଟ କରିବାକୁ ଆବେଦନରେ ଅନୁରୋଧ କରାଯାଇଛି। ଏହି ମାମଲାରେ ଭଞ୍ଜନଗର ଏସ୍‌ଡିପିଓ ଓ ଆଇଆଇସିଙ୍କ ସମେତ ୭ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି। ସେହିପରି ମାମଲାରେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ପକ୍ଷଭୁକ୍ତ କରାଯାଇଛି । ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ମାମଲା ରୁଜୁ କରିଛନ୍ତି ।
ସୂଚନାନୁସାରେ ଗତ ମାର୍ଚ୍ଚ ୨୫ ତାରିଖରେ ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ହୋଇଥିଲା। ଗାଙ୍ଗପୁର ଥାନା ପରିସରସ୍ଥ ତାଙ୍କ ସରକାରୀ ବାସଭବନ କୁ ଖାଇବାକୁ ଯାଇଥିବା ସମୟରେ ନିଜ ସର୍ଭିସ୍ ପିସ୍ତଲରୁ ଗୁଳି ଫୁଟି ସନ୍ଦିଗ୍ଧ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା I ତେବେ ସେହି ସମୟରେ ତାଙ୍କ ସରକାରୀ କ୍ୱାର୍ଟରରେ ଭଞ୍ଜନଗର ଏସ୍‌ଡିପିଓ ଓ ଆଇଆଇସି ଉପସ୍ଥିତ ଥିବା ଆଇଆଇସି ଦେବ ଗମାଙ୍ଗଙ୍କ ମା’ ସୂଚନା ଦେଇଥିଲେ। ତାଙ୍କ ମାଆ ଙ୍କ କହିବା ଅନୁସାରେ ସେ ବାଥରୁମ ଯାଇଥିବା ସମୟରେ ଘର ଭିତରୁ ଗୁଳି ଶବ୍ଦ ଶୁଣିଥିଲେ I ଏହାପରେ ବାଥରୁମ ରୁ ଆସି ଦେଖିଲା ବେଳକୁ ଦେବ କୁମାରଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଥିଲା ଏବଂ ପାଖରେ ଅନ୍ୟ କେହି ନ ଥିଲେ I ତେବେ କେମିତି ଗୁଳି ଫୁଟିଲା ସେନେଇ ଏଯାଏ କିଛି ସ୍ପଷ୍ଟ ହୋଇନାହିଁ ।

Comments are closed, but trackbacks and pingbacks are open.