IPL 2022:୮ ଓ୍ଵିକେଟ୍ ହରାଇ ପଞ୍ଜାବ ୧୮୦ ରେ ପାଳି ସମାପ୍ତ,ଲିଭିଙ୍ଗଷ୍ଟୋନଙ୍କ ଧୂଆଁଧାର ଚୌକା,ଛକ୍କା

22

ଆଇପିଏଲର ୧୫ଶ ସଂସ୍କରଣ ର ୧୧ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ଚେନ୍ନାଇ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୮୦ ରନ କରିଛି। ଲିୟାମ ଲିଭିଙ୍ଗଷ୍ଟୋନଙ୍କ ୩୨ ଟି ବଲ ରେ ଧୂଆଁଧାର ୫ ଚୌକ ଓ ୫ ଛକା ବଳ ରେ ୬୦ ରନ କରିଥିଲେ । ତାଙ୍କ ବ୍ୟତୀତ ଶିଖର ଧାଓ୍ଵନ ୩୩ ରନ ଏବଂ ଜିତେଶ ଶର୍ମା ୨୬ ରନର ଦ୍ରୁତ ବ୍ୟାଟିଂ କରିଛନ୍ତି। କ୍ରିସ୍ ଜୋର୍ଡାନ ୨୩ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ଏକଦା ୨୦୦ରୁ ଉର୍ଦ୍ଧ୍ଵ ରନ କରିବା ସ୍ଥିତିରେ ଥିବା ପଞ୍ଜାବ ଶେଷ ଆଡକୁ ଚେନ୍ନାଇ ବୋଲରଙ୍କ ମାପଚୁପ ବୋଲିଂ କାରଣରୁ ୧୮୦ ରନରେ ସୀମିତ ରହିଛି। ପ୍ରଥମ ମ୍ୟାଚ୍ ଜିତିବା ପାଇଁ ଚେନ୍ନାଇ ସମ୍ମୁଖରେ ୧୮୧ ରନର ବିଜୟ ଲକ୍ଷ୍ୟ ରହିଛି। ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ପଞ୍ଜାବ କିଙ୍ଗ୍ସର ଆରମ୍ଭ ଆଦୌ ଭଲ ନଥିଲା। ଦଳୀୟ ସ୍କୋର ୪ ରନରେ ଅଧିନାୟକ ମୟଙ୍କ ଅଗ୍ରଓ୍ଵାଲ(୪) ଆଉଟ୍ ହୋଇଥିଲେ। ଫର୍ମରେ ଥିବା ଭାନୁକା ରାଜପକ୍ଷେ(୯) ପାଭିଲିୟନ ଫେରିଥିଲେ। ଏହା ପରେ ଲିୟାମ ଲିଭିଙ୍ଗଷ୍ଟୋନ ବିସ୍ଫୋରକ ବ୍ୟାଟିଂ କରି ଦଳର ସ୍ଥିତିରେ ସୁଧାର ଆଣିବା ସହ ଦଳର ସ୍କୋରକୁ ୧୦ ଓଭରରେ ୧୦୦ ପାର କରାଇଥିଲେ। ଶିଖର ଏବଂ ଲିୟାମ ଲିଭିଙ୍ଗଷ୍ଟୋନ ତୃତୀୟ ଓ୍ଵିକେଟ୍‌ରେ ୯୫ ରନ ଯୋଡିଥିଲେ। ଧାଓ୍ଵନ ୩୩ ରନ କରି ଆଉଟ୍ ହୋଇଥିଲେ। ହେଲେ ଦଳୀୟ ସ୍କୋର ୧୧୫ ରନରେ ଲିଭିଙ୍ଗଷ୍ଟୋନ ଆଉଟ୍ ହେବା ପରେ ପଞ୍ଜାବର ରନ ଗତି ଧିମେଇ ଯାଇଥିଲା। ଲିୟାମ ଲିଭିଙ୍ଗଷ୍ଟୋନ ୩୨ ବଲ୍‌ରୁ ୫ ଚୌକା ଏବଂ ୫ ଛକା ସହ ୬୦ ରନ କରିଥିଲେ। ମଧ୍ୟ କ୍ରମରେ ଜିତେଶ ଶର୍ମା ୧୭ ବଲ୍‌ରୁ ୩ ଛକା ସହ ୨୬ ରନ କରିଥିଲେ। ତେବେ ଶେଷ ଆଡକୁ ପଞ୍ଜାବର ଇନିଂସ ଧିମେଇ ଯାଇଥିଲା। ଦଳ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୮୦ ରନ କରି ପାରିଛି। କାଗିସୋ ରାବଡା ୧୨ ରନ କରି ଅପରାଜିତ ଥିଲେ।

Comments are closed, but trackbacks and pingbacks are open.