ଧୋନୀ ଙ୍କ ଚିତାକର୍ଷକ ରନ ଆଉଟ
ଚଳିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) 2022 ରେ ଚେନ୍ନାଇ ସୁପର କିଙ୍ଗସ୍ (CSK) ଏବଂ ପଞ୍ଜାବ କିଙ୍ଗସ୍ (ପିବିକେଏସ୍) ମଧ୍ୟରେ ମ୍ୟାଚ୍ ଜାରି ରହିଛି I ପଞ୍ଜାବ ବିପକ୍ଷରେ ଚେନ୍ନାଇ ଟସ୍ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତି ନେଇଛି I ଯାହାକି ତାଙ୍କ ପାଇଁ ବରଦାନ ସଦୃଶ ପ୍ରମାଣିତ ହୋଇଛି I ମ୍ୟାଚ ର ଦ୍ୱିତୀୟ ଓଭରରେ ଏମଏସ ଧୋନୀ ନିଜ ଫିଟନେସର ସର୍ବୋତ୍ତମ ଦୃଶ୍ୟ ଉପସ୍ଥାପନ କରିଥିଲେ ଏବଂ ଏକ ଆକର୍ଷଣୀୟ ରନ୍ଆଉଟ୍ କରିଛନ୍ତି I ଦଳ ପ୍ରଥମ ଓଭରର ଦ୍ଵିତୀୟ ବଲ୍ରେ ଅଧିନାୟକ ମୟଙ୍କ ଅଗ୍ରଓ୍ଵାଲଙ୍କ ଓ୍ଵିକେଟ୍ ହରାଇଥିଲା। ଦଳ ସମ୍ଭାଳିବା ପୂର୍ବରୁ ଚେନ୍ନାଇର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଚିତା ବାଘପରି ଚଞ୍ଚଳତା ଦେଖାଇ ଡ୍ରାଇଭ ମାରି ପଞ୍ଜାବର ଷ୍ଟାର ବ୍ୟାଟସମ୍ୟାନ ଭାନୁକା ରାଜପକ୍ଷେଙ୍କୁ ରନ ଆଉଟ୍ କରିଛନ୍ତି।
ଭାନୁକା ୯ ରନ କରି ଆଉଟ୍ ହୋଇଥିଲେ। ୪୦ ବର୍ଷ ବୟସରେ ଧୋନୀଙ୍କ ଓ୍ଵିକେଟ୍ କିପିଂରେ ଏମିତି ଚପଳତାକୁ ସମସ୍ତେ ପ୍ରଶଂସା କରିଛନ୍ତି। ଏହାର ଭିଡିଓ ମଧ୍ୟ ଭାଇରାଲ୍ ହେବା ଆରମ୍ଭ ହୋଇଛି। ରନ ଆଉଟ୍ ହେବା ଦେଖି ବ୍ୟାଟସମ୍ୟାନ ଭାନୁକା ମଧ୍ୟ ଚକିତ ହୋଇଛନ୍ତି।
Comments are closed, but trackbacks and pingbacks are open.