ୟୁକ୍ରେନ ମିଲିଟାରୀ ବେସ୍ ଉପରେ ରୁଷ ର ପ୍ରଚଣ୍ଡ ଆକ୍ରମଣ : ୭୦ରୁ ଅଧିକ ସୈନିକ ମୃତ

108

ଅତି ଭୟଙ୍କର ହେବାରେ ଲାଗିଛି ରୁଷ-ୟୁକ୍ରେନ୍‌ ଯୁଦ୍ଧ । ଗତକାଲି ବେଲାରୁଷ ଠାରେ ହୋଇଥିବା ଶାନ୍ତି ଆଲୋଚନାରୁ କିଛି ସମାଧାନ ର ରାସ୍ତା ଏଯାଏ ବାହାରି ନାହିଁ I ରୁଷ ର ଘନ ଘନ ଆକ୍ରମଣ ରେ ୟୁକ୍ରେନ ର ଏଯାବତ୍ ୩୫୦ରୁ ଅଧିକ ସାଧାରଣ ନାଗରିକ ମୃତ୍ୟୁବରଣ କରିଛନ୍ତି । ଏହାରି ଭିତରେ ରୁଷ ପ୍ରଚଣ୍ଡ ଆକ୍ରମଣ ଜାରି ରଖି ଖାରକିଭ୍ ଓ କିଭ୍ ମଧ୍ୟରେ ଥିବା ଏକ ସହର ଓଖତିର୍କା ୟୁକ୍ରେନର ସବୁଠୁ ବଡ ମିଲିଟାରି ବେସ୍ ଉପରେ ଆକ୍ରମଣ କରିଛି। ଫଳରେ ୭୦ରୁ ଅଧିକ ୟୁକ୍ରେନ ସେନା ନିହତ ହୋଇଛନ୍ତି। ଓଖତରିକା ସହତ ରାଜଧାନୀ କିଭ ଠାରୁ ୩୪୫ କିମି ଦୂରରେ ଅବସ୍ଥିତି। ସେପଟେ ୟୁକ୍ରେନ୍‌ ମଧ୍ୟ ରୁଷର ଦୁଇଟି ଫାଇଟର ଜେଟ୍‌ ଗୁଳି କରି ଖସାଇ ଦେଇଥିବା ନେଇ ଦାବି କରିଛି। ରୁଷର ଯୁଦ୍ଧ ବିମାନ ସୁଖୋଇ-୩୫ ଏବଂ ସୁଖୋଇ-୩୦କୁ ଖସାଇ ଦେଇଥିବା ୟୁକ୍ରେନ କହିଛନ୍ତି। ଭାସିଲକିଭ୍ ନିକଟରେ ଥିବା ଏୟାର ଡିଫେନ୍ସ ସିଷ୍ଟମ୍ ଏହି ଅପରେସନ୍ କରିଥିବା କୁହାଯାଉଛି।

ସୂଚନାନୁସାର ସୋମବାର ବେଲାରୁଷରେ ଅନୁଷ୍ଠିତ ହୋଇଥିବା ରୂଷିଆ -ୟୁକ୍ରେନ ଶାନ୍ତି ଆଲୋଚନା ବିଫଳ ହୋଇଥିବା ପରି ଲାଗୁଛି I ୟୁକ୍ରେନ ଚାହିଁଥିଲା ରୁଷ ନିଜ ସେନାକୁ ଯଥାଶୀଘ୍ର ସମଗ୍ର ୟୁକ୍ରେନରୁ ପ୍ରତ୍ୟାହାର କରୁ । କିନ୍ତୁ ରୁଷ ଏଥିପାଇଁ ପ୍ରସ୍ତୁତ ନୁହେଁ। ତେବେଆଉ ଏକ ଖବର ଅନୁଯାୟୀ ଦୁଇ ଦେଶର ପ୍ରତିନିଧୀଙ୍କ ମଧ୍ୟରେ ଏକ ଚୁକ୍ତିନାମା ହୋଇଛି ଏବଂ ଖୁବ୍ ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ ବୈଠକ ମଧ୍ୟ ଅନୁଷ୍ଠିତ ହେଇପାରେ । ଏପଟେ ରୁଷିଆ ଯେପରି ଭାବରେ ଆକ୍ରମଣ ଜାରି ରଖିଛି , ପରିସ୍ଥିତି ର ସମାଧାନ ହେବା ପରି ଜଣାପଡ଼ୁନାହିଁ I

Comments are closed, but trackbacks and pingbacks are open.