ପଞ୍ଚାୟତ ଫୈସଲା ରେ ଶୁଭିଲା ଶଙ୍ଖଧ୍ୱନି : ଗଣତି ର ୩ୟ ଦିନରେ ବିଜେଡି ୭୦୩ ଆସନରେ ଆଗୁଆ

100

ପଞ୍ଚାୟତ ନିର୍ବାଚନ ରେ ବିଜେଡି ର ଦବଦବା I ଭୋଟ ଗଣତିର ଆଜି ତୃତୀୟ ଦିନରେ ବି ସାରା ରାଜ୍ୟରେ ଶୁଭିଲା ଶଙ୍ଖଧ୍ୱନି I ଦ୍ଵିତୀୟ ସ୍ଥାନରେ ରହିବI ପାଇଁ ମୁଖ୍ୟ ବିରୋଧୀ ପଦ୍ମ ର ଆଶା ବି କେତେକ ଜାଗାରେ ମଉଳିଛି I ଦୁଇ ଦିନର ଫଳାଫଳ ଅନୁସାରେ ବିଜେଡି ସର୍ବାଧିକ ଆସନ ଅକ୍ତିଆର କରି ଥିବା ବେଳେ ବିରୋଧୀ ଦଳ ଚିତପଟାଙ୍ଗ ମାରିଛନ୍ତି I ୩ୟ ଦିନ ର ଭୋଟ ଗଣତି ସୁଦ୍ଧା ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଏବେ ଦ୍ବିତୀୟ ସ୍ଥାନ ପାଇଁ ନିଜ ନିଜ ମଧ୍ୟରେ ପ୍ରତିଯୋଗିତାରେ ଲାଗିଛନ୍ତି।
ତେବେ ସକାଳ ୧୧ ଟା ସୁଦ୍ଧା ଆସିଥିବା ଗଣନା ମୁତାବକ ୮୫୧ଟି ଜୋନରୁ ବିଜେଡି ୭୦୩ଟି ଜୋନରେ ଆଗୁଆ ରହିଛି, ବିଜେପି ୪୦ ଏବଂ କଂଗ୍ରେସ ୩୭ ଜୋନରେ ଆଗୁଆ ରହିଛି । ସେହିପରି ୭ଟିି ଜୋନରେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ଆଗୁଆ ରହିଛନ୍ତି । । ପଞ୍ଚାୟତ ନିର୍ବାଚନର ତୃତୀୟ ଦିନରେ ବି ବିଜେଡି ତାର ବିଜୟ ଧାରା ଜାରି ରଖିଛି । ଚାରିଆଡ଼େ ବିଜେଡିର ସୁନାମି ଦେଖାଦେଇଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ବହୁ ପଛରେ ପଡ଼ିଯାଇଛନ୍ତି। ତେବେ ଆଜି ଗଣତିର ଶେଷ ଦିନ ଥିବା ବେଳେ ବିଜେଡି ଏକ ବୃହତ ବିଜୟ ଆଡକୁ ଅଗ୍ରସର ହେଉଥିବା ଆକଳନ କରାଯାଉଛି।
ନିର୍ବାଚନ ଫଳାଫଳ ପରେ ଗ୍ରାଉଣ୍ଡରେ ଶଙ୍ଖନାଦ ହେଉଛି । ବାଣ ଫୁଟୁଛି, ଶୋଭାଯାତ୍ରା ବାହାରୁଛି। ପ୍ରାର୍ଥୀ କର୍ମୀ ଏବେ ବିଜୟ ବାନା ଉଡ଼ାଉଛନ୍ତି। ସାରାରାଜ୍ୟର ସବୁ କାଉଣ୍ଟିଂଙ୍ଗ ସେଣ୍ଟରରେ କେବଳ ବିଜେଡିର ବିଜୟ ବାନା ହିଁ ଦେଖାଦେଉଛି। ସବୁଠି ନବୀନ ବାହିନୀ ନିଜର ଦବଦବା ଦେଖାଇଛି।

Comments are closed, but trackbacks and pingbacks are open.