ନୂଆଦିଲ୍ଲୀ: ୨୦୨୬ ମହିଳା ଏସିଆ କପ୍ର ସେମିଫାଇନାଲ ନିଘଣ୍ଟ ପ୍ରକାଶ ପାଇଛି। ମଙ୍ଗଳବାର ଅନୁଷ୍ଠିତ ଅନ୍ତିମ ଗ୍ରୁପ୍ ମ୍ୟାଚ୍ରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ୩୪ ରନ୍ରେ ପରାସ୍ତ କରି ବାଂଲାଦେଶ ଚତୁର୍ଥ ତଥା ଶେଷ ଦଳ ଭାବେ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଏହାପୂର୍ବରୁ ଭାରତ, ଶ୍ରୀଲଙ୍କା ଏବଂ ପାକିସ୍ତାନ ସେମିଫାଇନାଲରେ ନିଜ ନିଜ ସ୍ଥାନ ପକ୍କା କରିସାରିଥିଲେ। ଆସନ୍ତା ସେପ୍ଟେମ୍ବର ୧୦ ଏବଂ ୧୧ ତାରିଖରେ ଏହି ହାଇଭୋଲ୍ଟେଜ୍ ସେମିଫାଇନାଲ ମ୍ୟାଚଗୁଡ଼ିକ ଖେଳାଯିବ। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୧୦୩ ରନ୍ ସଂଗ୍ରହ କରିଥିଲା। ଏହି ଟୁର୍ଣ୍ଣାମେଣ୍ଟର ଅଧିକାଂଶ ମ୍ୟାଚ୍ କମ୍ ସ୍କୋରିଂ ହୋଇଥିବାରୁ ୧୦୪ ରନ୍ର ବିଜୟ ଲକ୍ଷ୍ୟ ୟୁଏଇ ପାଇଁ କଷ୍ଟସାଧ୍ୟ ହୋଇପଡ଼ିଥିଲା। ବାଂଲାଦେଶୀ ବୋଲରଙ୍କ ଶାଣିତ ବୋଲିଂ ଆଗରେ ଆତ୍ମସମର୍ପଣ କରି ୟୁଏଇ ମାତ୍ର ୬୯ ରନ୍ରେ ସୀମିତ ରହିଯାଇଥିଲା। ଏହି ବିଜୟ ସହ ବାଂଲାଦେଶ ନିଜର ସେମିଫାଇନାଲ ଟିକେଟ୍ ହାସଲ କରିଛି।
Comments are closed, but trackbacks and pingbacks are open.