ମାହାଙ୍ଗାରେ କାହାକୁ ବାଛିବ ଦଳ ? ଦାଗୀଙ୍କୁ ପଛରେ ପକାଇବେ ନବାଗତ !

193

କଂଗ୍ରେସର ପୁରୁଣା ଗଡ ହେଉଛି କଟକ ଜିଲ୍ଲାର ମାହଙ୍ଗା ନିର୍ବାଚନ ମଣ୍ଡଳୀ । କିନ୍ତୁ ୨୦୦୦ ମସିହାରୁ ବିଜେଡି କବ୍ଚାରେ ରହିଛି ଏହି ଆସନ । ଷଷ୍ଠ ଥର ବିଜୟ ହାସଲ ବଜାୟ ରଖିବା ଲାଗି ଦଳ ଅଭିଯାନ ଚଳାଇଥିବା ବେଳେ ବିଜେଡିର ବିଜୟ ରଥରେ ବ୍ରେକ୍ ଦେବାଲାଗି ବିରୋଧୀ ବିଜେପି କରୁଛି ରଣନୀତି । ଏହି ନିର୍ବାଚନ ମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ପ୍ରତାପ ଜେନ ଏଠାରେ ମାରିସାରିଛନ୍ତି ହାଟ୍ରିକ୍ । ବର୍ତ୍ତମାନ ଏଠାରେ ଚାଲିଛି ତାଙ୍କର ତୃତୀୟ ଟର୍ମ । ଏଠି ଶରତ କର ଏବଂ ବିକ୍ରମ କେଶରୀ ବର୍ମାଙ୍କ ପରେ ବିଜେଡି ଶାସନକୁ ଅକ୍ଷୁଣ୍ଣ ରଖିଛନ୍ତି ପ୍ରତାପ । ଏମିତିକି ଗତ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ସାରଦା ପ୍ରସାଦ ପ୍ରଧାନଙ୍କଠୁ ୨୯ହଜରରୁ ଉର୍ଦ୍ଧ୍ୱ ଭୋଟ୍ ବ୍ୟବଧାନରେ ବିଜୟ ଲାଭ କରିଥିଲେ । କିନ୍ତୁ ଆସନ୍ତା ନିର୍ବାଚନରେ ତାଙ୍କୁ ଦଳ ପ୍ରାର୍ଥୀ କରିବ କି ନାହିଁ ତାହା ଏବେ ରହିଛି ସନ୍ଦେହ ଘେରରେ ।

କାରଣ ୨୦୨୧ ମାହାଙ୍ଗା ଡବଲ ମର୍ଡର ଘଟଣା ପରେ ପ୍ରତାପ ଜେନା ବିବାଦୀୟ ହୋଇପଡ଼ିଥିବାରୁ ୨୦୨୪ରେ ମାହାଙ୍ଗା ବିଜେଡିରେ ନେତୃତ୍ୱ ପରିବର୍ତ୍ତନର ଧାରା ବଦଳିବ କି ବୋଲି ଚର୍ଚ୍ଚା ଜୋର ଧରିଛି । ଏପଟେ ଏହି ନିର୍ବାଚନ ମଣ୍ଡଳୀରେ ବେଶ କିଛି ଦିନ ଧରି ପୂର୍ବତନ ବାଚସ୍ପତି ଶରତ କରଙ୍କ ପୁଅ ଶୋଭନ କରଙ୍କ ନାଁକୁ ନେଇ ଆଲୋଚନା ଯୋର ଧରିଛି । ପ୍ରତାପଙ୍କୁ ବାରମ୍ବାର ଅଦାଲତି ଝଟକା ମିଳୁଥିବାରୁ ତାଙ୍କର ଏଥର ଟିକେଟ୍ କଟିବା ଫାଇନାଲ ଭଳି ମନେ ହେଉଥିବା ବେଳେ ବିଜେଡି ଶୋଭନ୍ କରଙ୍କୁ ଟିକେଟ ଦେବା ନେଇ ଚର୍ଚ୍ଚା ଜୋର ଧରିଛି ।

ଅନ୍ୟପଟେ ଶୋଭନ୍ ଏପର୍ଯ୍ୟନ୍ତ ବିଜେଡିରେ ଆନୁଷ୍ଠନିକ ଭାବରେ ଯୋଗ ଦେଇନଥିଲେ ମଧ୍ୟ, ଅନେକ ବାର ବିଜେଡିରୁ ସୁଯୋଗ ମିଳିଲେ ଲଢିବେ ବୋଲି ପ୍ରକାଶ କରିଛନ୍ତି । କିନ୍ତୁ ଏପଟେ ପ୍ରତାପ ଜେନା ଏଠୁ ଚତୁର୍ଥ ଥର ଲଢେଇ ପାଇଁ ପ୍ରସ୍ତୁତ ଯୋରଦାର ଚଳାଇଛନ୍ତି । ଏପଟେ ଶୋଭନ କର ମଧ୍ୟ ଏଠି କ୍ଷେତ୍ର ପ୍ରସ୍ତୁତିରେ କରିବାରେ ମଧ୍ୟ ରହିଛନ୍ତି ବ୍ୟସ୍ତ । ଗତ ନିର୍ବାଚନରେ ବିଜେଡିକୁ କଡ଼ା ଟକ୍କର ଦେଇଥିବା ବିଜେପି ପ୍ରାର୍ଥୀ ଶାରଦା ପ୍ରସାଦ ପ୍ରଧାନ ଏଥର ମଧ୍ୟ ବିଜେପିରୁ ରହିଛନ୍ତି ଆଶାୟୀ । ଏପଟେ ଦଳ ମଧ୍ୟ ଦ୍ୱିତୀୟ ସ୍ଥାନକୁ ଆସିଥିବାରୁ ଏଥର କିଛି ଅଧିକ କରିବାକୁ କରୁଛି ଯୋଜନା । ବିଶେଷ କରି ଦେଖିବାକୁ ବାକି ରହିଲା ବିଜେଡି ଏଠାରେ ପ୍ରତାପଙ୍କ ଉପରେ ଭରସା କରିବ ନା ଶୋଭନ୍ ଙ୍କ ଉପରେ ନାଁ ଦଳ ଆଉ କେଉଁ ନୂଆ ମୁହଁ ଉପରେ କରିବ ଭରସା ।

Comments are closed, but trackbacks and pingbacks are open.