ଟକ୍କରା ଟକ୍କର ହେଲେ ଟ୍ୱିଙ୍କଲ ଏବଂ କୁଇନ କଙ୍ଗନା

645

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କ ବୟାନ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଏବେ ଅକ୍ଷୟ କୁମାରଙ୍କ ପତ୍ନୀ ଟ୍ୱିଙ୍କଲ ଖାଁଙ୍କୁ ସେ ଟାର୍ଗେଟ କରିଛନ୍ତି । କିଛି ଦିନ ତଳେ ଟ୍ୱିଙ୍କଲ ଇନଷ୍ଟାଗ୍ରାମରେ ଏକ ଭିଡିଓ ମେସେଜରେ ପୁରୁଷଙ୍କୁ ପଲିଥିନ ବ୍ୟାଗ ସହିତ ତୁଳନା କରିଥିଲେ । ଏହାର ଜବାବରେ କଙ୍ଗନା ଲେଖିଛନ୍ତି, ଏମାନେ ହେଉଛନ୍ତି ବିଶେଷ ଅଧିକାର ପାଉଥିବା ବ୍ୟକ୍ତି, ଯେଉଁମାନେ ନିଜ ପୁରୁଷକୁ ପଲିଥିନ ବ୍ୟାଗ ସହ ତୁଳନା କରୁଛନ୍ତି ।

ସେମାନେ କଣ ନିଜକୁ କୁଲ.. ବୋଲି ପ୍ରମାଣ କରୁଛନ୍ତି । ରୂପା ଚାମଚ ସହ ଜନ୍ମ ନେଇଥିବା ଏହି ନେପ୍ପୋ କିଡ୍ସଙ୍କୁ ସୁନାର ଥାଳିଆରେ ଫିଲ୍ମ କ୍ୟାରିୟର ଦିଆଯାଇଥିଲା । ସେଥିରେ ବି ନ୍ୟାୟ କରିପାରିଲେନି । ଅତି କମରେ ମାତୃତ୍ୱର ନିଃସ୍ୱାର୍ଥତାରେ କିଛି ସନ୍ତୋଷ ଓ ପୂର୍ଣ୍ଣତା ଆଣନ୍ତୁ ।

କଙ୍ଗନାଙ୍କ ଏହି ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅବଶ୍ୟ ଏ ନେଇ ରାଜେଶ ଖାନ୍ନାଙ୍କ ଝିଅ ପକ୍ଷରୁ କୌଣସି ବୟାନ ଆସି ନାହିଁ । ସେ ଏବେ ଫିଲ୍ମ ଦୁନିଆରେ ସକ୍ରିୟ ନ ରହି ଲେଖିକା ଭାବେ ନିଜକୁ ଉପସ୍ଥାପିତ କରିପାରିଛନ୍ତି । ଅପରପକ୍ଷରେ ଚନ୍ଦ୍ରମୂଖୀ ୨ ଓ ତେଜସ ପରେ ଏବେ କଙ୍ଗନା ଏର୍ମଜେନ୍ସି ଫିଲ୍ମରେ ନଜର ଆସିବେ ।

Comments are closed, but trackbacks and pingbacks are open.