କିଏ ହେବେ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ? ନାଁ ଘୋଷଣା କରିବେ ଅମିତ ଶାହ, ଆସନ୍ତାକାଲି ଶପଥ ଗ୍ରହଣ

9

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ କ୍ଷମତା ପରିବର୍ତ୍ତନ ପରେ ଏବେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ମୁଖ୍ୟମନ୍ତ୍ରୀ କିଏ ହେବେ, ସେ ନେଇ ରହିଥିବା ସସପେନ୍ସ ଉପରୁ ଆଜି ପରଦା ହଟିପାରେ। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆ ନେତାଙ୍କ ନାମ ଘୋଷଣା କରିବେ। ଆଜି ଅପରାହ୍ନ ୨ଟା ସମୟରେ ବିଜେପି ବିଧାୟକ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଅମିତ ଶାହ ଏବଂ ସହ-ପର୍ଯ୍ୟବେକ୍ଷକ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମରେ ମୋହର ବାଜିବ। ଭବାନୀପୁରରେ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିବା ଶୁଭେନ୍ଦୁ ଅଧିକାରୀଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିବା ବେଳେ, ଦଳ କୌଣସି ‘ମହିଳା କାର୍ଡ’ ଖେଳିବ କି ଅନ୍ୟ କୌଣସି ଚେହେରାକୁ ସାମ୍ନାକୁ ଆଣିବ, ତାହା ଦେଖିବାକୁ ବାକି ରହିଛି। ଆଜି ନାମ ଘୋଷଣା ହେବା ପରେ ଆସନ୍ତାକାଲି (ଶନିବାର) ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Comments are closed, but trackbacks and pingbacks are open.