ପୋଖରୀରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ

9

ଭୁବନେଶ୍ବର: ବାଲେଶ୍ୱର ସହରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଗାଧୋଇବା ସମୟରେ ପୋଖରୀରେ ବୁଡ଼ି ଦୁଇ ଜଣ ଛାତ୍ରଙ୍କର ପ୍ରାଣହାନି ଘଟିଛି। ମୃତକ ଦୁଇ ଜଣ ଭଦ୍ରକ ଅଞ୍ଚଳର ବୋଲି ଜଣାପଡ଼ିଛି। ବାଲେଶ୍ୱର ଟାଉନ ଥାନା ଅନ୍ତର୍ଗତ ମାନସିଂ ବଜାର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ମୃତକ ଦୁଇ ଛାତ୍ର ଭଦ୍ରକ ଜିଲ୍ଲାର ବୋଲି ସୂଚନା ମିଳିଛି। ସେମାନେ ମାନସିଂ ବଜାରସ୍ଥିତ ଏକ ଘରୋଇ ହଷ୍ଟେଲରେ ରହି ସମରକୋର୍ସ  କରୁଥିଲେ। ଆଜି ଗାଧୋଇବା ପାଇଁ ପୋଖରୀକୁ ଯାଇଥିବା ବେଳେ ଅସାବଧାନତା ବଶତଃ ଦୁଇ ଜଣ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲେ ହେଁ ସେତେବେଳକୁ ସେମାନଙ୍କର ମୃତ୍ୟୁ ହୋଇସାରିଥିଲା।

Comments are closed, but trackbacks and pingbacks are open.