କଂଗ୍ରେସ ମୁଖ୍ୟାଳୟ ପହଞ୍ଚିହଲେ ରାହୁଲ ଗାନ୍ଧୀ, ରାଜସ୍ଥାନ କଳହଠାରୁ ମଧ୍ୟ ପ୍ରଦେଶ ନିର୍ବାଚନକୁ ନେଇ ହେବ ଆଲୋଚନା

117

ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀ ରାଜ୍ୟ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିବେ। ଏଥି ସହ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ହୋଇଥିବା ବିବାଦର ସମାଧାନ ପାଇଁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ନିଜେ ଆଗଭର ହୋଇଛନ୍ତି। ଖାର୍ଗେ ସୋମବାର ଉଭୟ ନେତାଙ୍କୁ ପୃଥକ ଭାବରେ ଭେଟିବାକୁ ଯାଉଛନ୍ତି। ଖାର୍ଗେ ସୋମବାର ଦିଲ୍ଲୀରେ ତାଙ୍କ ଘରେ ପୃଥକ ଭାବରେ ଉଭୟ ନେତାଙ୍କୁ ଭେଟିବେ। ଏହି ସଭା ପାଇଁ ଅଶୋକ ଗେହଲୋଟ ଆଜି ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଆସୁଛନ୍ତି।
ଏଥିପାଇଁ ଆୟୋଜିତ ହୋଇଥିବା ବୈଠକରେ ଯୋଗ ଦେବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କଂଗ୍ରେସ ମୁଖ୍ୟାଳୟରେ ପହଞ୍ଚି ଯାଇଛନ୍ତି। ଏଠାରେ ଏମାନେ ପ୍ରଦେଶ ପାର୍ଟି ନେତାଙ୍କ ସହ ବୈଠକ କରିବେ।

Comments are closed, but trackbacks and pingbacks are open.