“ଯୋଗ” କଣ

78

“ଯୋଗ” ଶବ୍ଦଟି ଏକ ସମ୍ପୂର୍ଣ୍ଣ ବିଜ୍ଞାନ ପରି, ଯାହା ଶରୀର, ମନ, ପ୍ରାଣ ଏବଂ ବ୍ରହ୍ମାଣ୍ଡକୁ ଏକତ୍ର କରିଥାଏ I ଯୋଗର ଇତିହାସ ପ୍ରାୟ ୫୦୦୦ ବର୍ଷ ପୁରୁଣା, ପ୍ରାଚୀନ ଭାରତୀୟ ଦର୍ଶନରେ ମନ ଏବଂ ଶରୀର କୁ ଏକତ୍ର ଯୋଡି ରଖିବାର ଅଭ୍ୟାସ ଭାବରେ ଜଣାଶୁଣା I ଯୋଗର ବିଭିନ୍ନ ଶୈଳୀ ଶାରୀରିକ ସ୍ଥିତି, ଶ୍ୱାସକ୍ରିୟା କୌଶଳ , ଏବଂ ଧ୍ୟାନ କିମ୍ବା ଆରାମକୁ ଏକତ୍ର କରିଥାଏ I

ନିକଟ ଅତୀତରେ, ଯୋଗ ଶାରୀରିକ ବ୍ୟାୟାମର ଏକ ରୂପ ଭାବରେଆବିର୍ଭାବ ହୋଇଛି , ଏବଂ ଆଜି ଏହା ମନ ଓ ଶରୀର କୁ ଉନ୍ନତ ଭାବରେ ନିୟନ୍ତ୍ରଣ କରି ସମଗ୍ର ବିଶ୍ୱରେ ଲୋକପ୍ରିୟ ହୋଇପାରିଛି I ବର୍ତ୍ତମାନ ସମଗ୍ର ବିଶ୍ୱ “ଯୋଗମୟ ” ହୋଇ ପାରିଛି I “ଯୋଗ” ହେଉଛି ମନକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖିବାର କୌଶଳ I ଯାହାକି ମନକୁ ଭଗବାନଙ୍କ ସହିତ ସଂଯୋଗ କରି ରଖିପାରିବ I
ଯୋଗ ଅଭ୍ୟାସର ଅନେକ ପ୍ରକାରର ଅଛି I ଯାହାକି ଅନେକ ପ୍ରକାରର ଯୋଗ ଏବଂ ଅନେକ ଶାସ୍ତ୍ର ସହିତ ଜଡିତ I ଆସନ୍ତୁ ଯୋଗର ଇତିହାସ, ବିଭିନ୍ନ ସ୍ଥିତି, ଏହାର ସୁବିଧା ଏବଂ ଅସୁବିଧା ଉପରେ ଆଲୋକପାତ କରିବା I

-ଯୋଗ କଣ
-ଯୋଗର ଇତିହାସ
-ଯୋଗ ଏବଂ ଭାରତ
-ଯୋଗର ପ୍ରକାର
-ଯୋଗ ମୁଦ୍ରା
-ଯୋଗର ଉପକାରିତା
-ଯୋଗର ସମ୍ଭାବ୍ୟ ବିପଦ ଏବଂ ଅସୁବିଧା

ଯୋଗ ସଂସ୍କୃତ ଭାଷା ‘ୟୁଜ ଧାତୁ’ରୁ ଉତ୍ପନ୍ନ ହୋଇଛି ଯାହାର ଅର୍ଥ ହେଉଛି ଭଗବାନଙ୍କ ସହ ପ୍ରାଣର ମିଳନ, ଅର୍ଥାତ୍ ଯୋଗର ଏତେ ଶକ୍ତି ଅଛି ଯେ ଏହା ଆପଣଙ୍କୁ ଅମରତ୍ୱ ପ୍ରାପ୍ତି କରାଇ ପାରିବ I କିଛି ଲୋକ ଯୋଗକୁ ଏକ ସରଳ ଆସନ ବୋଲି ବୁଝିଥାନ୍ତି , କିନ୍ତୁ “ଯୋଗ” ର ଅର୍ଥ ଖୁବ ବ୍ୟାପକ I “ଯୋଗ” ମୁଖ୍ୟତ ଏକ ଆଧ୍ୟାତ୍ମିକ ଅନୁଶାସନ, ଯେଉଁଥିରେ ଜୀବନଶୈଳୀ ସମ୍ପୂର୍ଣ୍ଣ ମହତ୍ତ୍ୱ ଏକତ୍ରିତ ହୋଇଛି I

“ଯୋଗ” ବିଜ୍ଞାନ ସହିତ ଏକ କଳା ମଧ୍ୟ I ଏହା ଏକ ବିଜ୍ଞାନ, ଯେହେତୁ ଏହା ଶରୀର ଏବଂ ମନକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟବହାରିକ ଉପାୟ ପ୍ରଦାନ କରିବା ସହ ମନକୁ ଗଭୀର ଧ୍ୟାନକୁ ନେଇଯାଇଥାଏ I “ଯୋଗ” ଏକ କଳା, କାରଣ ରହ ବ୍ୟକ୍ତି ର ସ୍ୱଭାବରେ ,ସମ୍ବେଦନଶୀଳତା ,ଉଗ୍ର ସ୍ଵଭାଵ ର ପରିବର୍ତ୍ତନ କରି ଜୀବନକୁ ସାବଲୀଳ କରିଥାଏ Iଯୋଗ କେବଳ ବିଶ୍ୱାସର ଏକ ପ୍ରଣାଳୀ ନୁହେଁ, କିନ୍ତୁ ଏହା ଶରୀର ଏବଂ ମନର ପରସ୍ପର ଉପରେ ପ୍ରଭାବକୁ ବିଚାରକୁ ନେଇଥାଏ ଏବଂ ସେମାନଙ୍କୁ ପାରସ୍ପରିକ ସମନ୍ୱୟରେ ଆଣିଥାଏ I

Comments are closed, but trackbacks and pingbacks are open.