ପଶ୍ଚିମ ଓଡ଼ିଶା କୃଷି ଓ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ: ଚାଷ କାର୍ଯ୍ୟରେ ବୈଜ୍ଞାନିକ ପଦ୍ଧତି ଆପଣାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

142

ସମ୍ବଲପୁର: ପଶ୍ଚିମ ଓଡ଼ିଶା କୃଷି ଓ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇଛି । ଏହି ମେଳା ଆଜିଠୁ ୩୧ ଯାଏ ଚାଲିବ । ଏଥିରେ ପଶ୍ଚିମ ଓଡ଼ିଶାର ଶହଶହ ଚାଷୀ, କୃଷି ବିଜ୍ଞାନୀ ଓ ଉଦ୍ୟୋଗୀ ଯୋଗଦେଇଛନ୍ତି । ନୂଆ କୃଷିନୀତି ତଥା ନୂତନ ଜ୍ଞାନ କୌଶଳର ଉପଯୋଗରେ କିଭଳି ଚାଷ କରାଯିବ ସେନେଇ ତାଲିମ ଦିଆଯାଉଛି । କୃଷି ଯନ୍ତ୍ରପାତିର ବ୍ୟବହାର ସମ୍ପର୍କରେ ଟ୍ରେନିଂ ଦେଉଛନ୍ତି ବିଶେଷଜ୍ଞ । ପଶ୍ଚିମ ଓଡ଼ିଶାରେ ପ୍ରଥମ ଥର ପାଇଁ ଏପରି କାର୍ଯ୍ଯକ୍ରମ ଆୟୋଜନ କରାଯାଇଥିବାରୁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି ଚାଷୀ ।

ମେଳାରେ ସାମିଲ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ମଧ୍ଯ ଟିପ୍ସ ଦେଇଛନ୍ତି। ବୈଜ୍ଞାନିକ ପଦ୍ଧତିରେ ଚାଷବାସ କରିବାକୁ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଋଣ ସହାୟତା ଛୋଟ ଚାଷୀଙ୍କ ପାଇଁ ଆଶୀର୍ବଦ ହୋଇଛି। ଏହି ସହାୟତା ଚାଷୀଙ୍କ ଆତ୍ମବିଶ୍ବାସ ବଢାଇଛି। ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ନିରନ୍ତର ଉଦ୍ୟମ ଜାରି ରହିଛି।

Comments are closed, but trackbacks and pingbacks are open.