ପୁନର୍ବାର SIR ପାଇଁ ପଶ୍ଚିମବଙ୍ଗ ବିଜେପି ରାଜ୍ୟ ସଭାପତିଙ୍କ ଦାବି

35

କୋଲକାତା:ପଶ୍ଚିମବଙ୍ଗ ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ସମୀକ ଭଟ୍ଟାଚାର୍ଯ୍ୟ ରାଜ୍ୟରେ ଆଉ ଏକ ପର୍ଯ୍ୟାୟ SIR କରାଇବା ପାଇଁ ଦାବି ଉଠାଇଛନ୍ତି। ପୂର୍ବରୁ ହୋଇଥିବା ପୁନରୀକ୍ଷଣ ପ୍ରକ୍ରିୟାରେ ବ୍ୟାପକ ହିଂସା ଏବଂ ଅରାଜକତା ସୃଷ୍ଟି କରାଯାଇଥିଲା ବୋଲି ସେ ଗୁରୁତର ଅଭିଯୋଗ ଆଣିଛନ୍ତି।ସମୀକ ଭଟ୍ଟାଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ପୂର୍ବରୁ ଶାସକ ଦଳର ଛତ୍ରଛାୟା ତଳେ ଭୋଟର ତାଲିକା ସଂଶୋଧନ ସମୟରେ ଅତ୍ୟନ୍ତ ନିନ୍ଦନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେତେବେଳେ ସାଧାରଣ ଲୋକଙ୍କ ନିକଟରୁ କାଗଜପତ୍ର ଛଡ଼ାଇ ନେଇ ଜଳାଇ ଦିଆଯାଇଥିଲା, ନିର୍ବାଚନ କର୍ମଚାରୀଙ୍କ ଉପରେ ଆକ୍ରମଣ କରାଯାଇଥିଲା ଏବଂ କାର୍ଯ୍ୟାଳୟଗୁଡ଼ିକରେ ନିଆଁ ଲଗାଇ ଦିଆଯାଇଥିଲା।ଏପରିକି ବ୍ଲକ ଉନ୍ନୟନ ଅଧିକାରୀ, ଆଙ୍ଗନୱାଡ଼ି କର୍ମୀ ଏବଂ ବିଜେପିର ବୁଥ୍ ଲେଭଲ୍ ଏଜେଣ୍ଟ (BLA) ମାନଙ୍କୁ ମଧ୍ୟ ହିଂସାର ଶିକାର ହେବାକୁ ପଡ଼ିଥିଲା। ଏହିସବୁ କାରଣରୁ ରାଜ୍ୟରେ ଏକ ସ୍ୱଚ୍ଛ ଓ ନିରପେକ୍ଷ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ପୁଣିଥରେ SIR କରାଯିବା ନିହାତି ଆବଶ୍ୟକ ବୋଲି ସେ ଦାବି କରିଛନ୍ତି।

Comments are closed, but trackbacks and pingbacks are open.