ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡା ପଟ୍ଟାମୁଣ୍ତାଇ ଅନ୍ତର୍ଗତ କୁପୁଣି ଗାଁରେ ଘଟିଛି ଅଭବାନୀୟ ଘଟଣା। ତରଭୁଜ ଖାଇ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଅସୁସ୍ଥ ହୋଇ ପଡ଼ିଛନ୍ତି । ଅସୁସ୍ଥଙ୍କ ମଧ୍ୟରେ ଦୁଇଟି ଶିଶୁ ରହିଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତକ ହେଲେ ପଞ୍ଚାନନ ସେନାପତିଙ୍କ ପୁଅ ସ୍ୱାଧୀନ ସେନାପତି । ଅନ୍ୟ ଗୁରୁତରମାନେ ହେଲେ ମଳୟ ସେନାପତି, ପଞ୍ଚାନନ ସେନାପତି ଓ ବବୃବାହାନ ସେନାପତି । ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ କୁପୁଣି ଗାଁର ମଳୟ ସେନାପତି ଗଣ୍ଡାଖିଆରୁ ୪ କିଲୋ ଓଜନର ଗୋଟିଏ ତରଭୁଜ ଘରକୁ ଆଣିଥିଲେ । ପରିବାର ଲୋକେ ତରଭୁଜ ଖାଇବା ପରେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ l ପରେ ପରେ ଅସୁସ୍ଥମାନଙ୍କର ବାନ୍ତି ଓ ପତଳା ଝାଡ଼ା ହୋଇଥିଲା l ପରିବାରର ୫ ଜଣ ଅସୁସ୍ଥ ହୋଇ ପଡିଥିଲେ l ସେମାନଙ୍କ ମଧ୍ୟରୁ ବବୃବାହାନ ସେନାପତି ଓ ସ୍ୱାଧୀନ ସେନାପତିଙ୍କୁ କଟକ ବଡ଼ ମେଡ଼ିକାଲୁ ସ୍ଥାନାନ୍ତର କରାଯାଇଥିଲା l ମାତ୍ର ସ୍ୱାଧୀନ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଅନ୍ୟମାନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତ୍ୟୁ ଓ ଅସୁସ୍ଥତାର କାରଣ ସ୍ପଷ୍ଟ ହୋଇ ନାହିଁ। ତରଭୁଜ ଖାଇବା ପରେ ସମସ୍ତେ ଅସୁସ୍ଥ ହୋଇପଡ଼ିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
Comments are closed, but trackbacks and pingbacks are open.