ସମ୍ବଲପୁର: ଭିସୁଟ୍ ଆରମ୍ଭ କଲା ଡ୍ରେସ କୋଡ। ଚଳିତ ମାସରୁ ଛାତ୍ରଛାତ୍ରୀ ଡ୍ରେସକୋର୍ଡ ପିନ୍ଧିବେ । ୨୦୨୫-୨୬ ଶିକ୍ଷାବର୍ଷରେ ଆଡମିଶନ କରିଥିବା ପ୍ରଥମ ବର୍ଷ ପିଲାଙ୍କ ପାଇଁ ଡ୍ରେସ୍ କୋଡ ଲାଗୁ କରାଯାଇଛି। ସାଲୱାର କମିଜ ପିନ୍ଧିବେ ଛାତ୍ରୀ । ହେଲେ ଦୁପଟା ପକାଇବେ ନାହିଁ । ସାଲୱାର କମିଜ ସହ ଜାକେଟ୍ ରହିବ । ସେହିପରି ପୁଅଙ୍କ ପାଇଁ ଫର୍ମାଲ ପ୍ୟାଣ୍ଟ ଓ ସାର୍ଟ ରହିଛି। ପିଜି ଓ ପିଏଚଡି ଛାତ୍ରଛାତ୍ରୀଙ୍କୁ ଏଥିରୁ ବାଦ୍ ଦିଆଯାଇଛି । କଲେଜ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ଏହି ନିର୍ଦ୍ଦେଶନାମା ପୋଷାକକୁ ମାନକୀକରଣ କରିବା ଏବଂ କ୍ୟାମ୍ପସରେ ସୁରକ୍ଷା ବୃଦ୍ଧି କରିବା ଲକ୍ଷ୍ୟରେ ନିଆଯାଇଛି ବୋଲି କୁହାଯାଇଛି ।
ତେବେ ଏହି ନିର୍ଦ୍ଦେଶ ଅନୁସାରେ, ସ୍ନାତକୋତ୍ତର ଏବଂ ପିଏଚଡି ଛାତ୍ରମାନଙ୍କୁ ବାଦ ଦେଇ ଛାତ୍ର ଏବଂ ଛାତ୍ରୀ ଉଭୟଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ୟୁନିଫର୍ମ ବାଧ୍ୟତାମୂଳକ କରାଯାଇଛି। ଯେଉଁଥିରେ ଛାତ୍ରମାନେ ଏକ ଆନୁଷ୍ଠାନିକ ନେଭି ବ୍ଲୁ ସାର୍ଟ ଏବଂ ନେଭି ବ୍ଲୁର ପ୍ୟାଣ୍ଟ ପିନ୍ଧିବେ। ସେହିପରି ଛାତ୍ରୀମାନେ ମଧ୍ୟ ନେଭି ବ୍ଲୁ ସାର୍ଟ ଏବଂ ପ୍ୟାଣ୍ଟ କିମ୍ବା ନେଭି ବ୍ଲୁର ସାଲୱାର-କମିଜ୍ ସହ ଏକ ଓ୍ବେଷ୍ଟ କୋର୍ଟ ପିନ୍ଧି ପାରିବେ । ତେବେ ସୁରକ୍ଷା ଦୃଷ୍ଟିରୁ ଛାତ୍ରୀ ମାନଙ୍କୁ ଓଢଣୀ ପରିଧାନ କରିବା ବାରଣ କରାଯାଇଛି । ଏଥିସହିତ କଲେଜ ଦ୍ୱାରା ଜାରି ହୋଇଥିବା ନୋଟିସ୍ ଦ୍ୱାରା ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ କଲେଜ ୟୁନିଫର୍ମର ରଙ୍ଗ ସମସ୍ତ ପ୍ୟାଣ୍ଟ, ସାଲୱାର ଏବଂ ଓ୍ବେଷ୍ଟକୋଟ୍ ନେଭି ବ୍ଲୁ ରଙ୍ଗର ହେବା ଆବଶ୍ୟକ, ଯେତେବେଳେ କି ସମସ୍ତ ସାର୍ଟ ଆକାଶୀ ନୀଳ ରଙ୍ଗର ହେବା ଆବଶ୍ୟକ । ଏଥିସହିତ କଲେଜ ପରିସରରେ ଜିନ୍ସ ଏବଂ ଦୁପଟା ପିନ୍ଧିବାକୁ କଡ଼ା ନିଷେଧ ଜାରି କରାଯାଇଛି ।
Prev Post
Comments are closed, but trackbacks and pingbacks are open.