ଚୀନ୍ ଓ ଇରାନ୍ ପ୍ରତିନିଧିଙ୍କ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିଦର୍ଶନ

14

ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ବ୍ରିକ୍ସ ଶିକ୍ଷା ସମ୍ମିଳନୀରେ ଯୋଗଦେଇଥିବା ଚୀନ୍ ଓ ଇରାନ୍‌ର ପ୍ରତିନିଧିମଣ୍ଡଳୀ ଆଜି ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି। ସଂଗ୍ରହାଳୟର ଅଧୀକ୍ଷକ ଡ. ଭାରତୀ ପାଲ ସେମାନଙ୍କୁ ସ୍ୱାଗତ ଜଣାଇବା ସହ ଓଡ଼ିଶାର ସମୃଦ୍ଧ ଇତିହାସ, ଐତିହ୍ୟ, ସ୍ଥାପତ୍ୟ, ସାହିତ୍ୟ, କଳା ଓ ସଂସ୍କୃତି ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରତିନିଧିମାନେ ସଂଗ୍ରହାଳୟର ପ୍ରତ୍ନତତ୍ତ୍ୱ, ତାଳପତ୍ର ପୋଥି, ଲିପିତତ୍ତ୍ୱ, ମୁଦ୍ରା, ଅସ୍ତ୍ରଶସ୍ତ୍ର, ଚାରୁ ଓ କାରୁକଳା ଏବଂ ‘ଅନୁଭବ ଐତିହ୍ୟ’ ଗ୍ୟାଲେରୀ ବୁଲି ଦେଖିଥିଲେ। ଏଥିସହିତ ଓଡ଼ିଶାର ପ୍ରତ୍ନତତ୍ତ୍ୱ ଏବଂ ବୌଦ୍ଧ ଓ ଜୈନ ଧର୍ମ ସମ୍ବନ୍ଧିତ କୀର୍ତ୍ତିରାଜିର ଭୂୟସୀ ପ୍ରଶଂସା କରିଥିଲେ।ଏହି ଅବସରରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ଅତିଥିମାନଙ୍କୁ ସଂଗ୍ରହାଳୟର ବିବରଣୀ ପୁସ୍ତକ “ଟାଇମ୍‌ଲେସ ଟେଲ୍ସ” ପ୍ରଦାନ କରାଯାଇଥିଲା।

Comments are closed, but trackbacks and pingbacks are open.