ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ

25

ମୁମ୍ବାଇ: ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ଗୁରୁବାର ୭୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସୂଚନା ଅନୁଯାୟୀ ଗୋଆର ଡୋନା ପାଉଲା ସ୍ଥିତ ବାସଭବନରେ ନାନା ପାଟେକର ଅଚେତ ଅବସ୍ଥାରେ ମିଳିଥିଲେ। ଭୋର୍ ପ୍ରାୟ ୩ଟା ୩୦ ସମୟରେ ତାଙ୍କୁ ଡୋନା ପାଉଲାସ୍ଥିତ ମଣିପାଲ ହସ୍ପିଟାଲକୁ ଅଣାଯାଇଥିଲା।ସକାଳ ପ୍ରାୟ ୫:୨୦ ମିନିଟ୍ ସମୟରେ ତାଙ୍କର ପରଲୋକ ହୋଇଛି। ଡାକ୍ତରଖାନାରେ ଡାକ୍ତରମାନେ ପ୍ରାୟ ୪୫ ମିନିଟ୍ ଧରି ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ରେସପନ୍ସ ମିଳିନଥିଲା। ୧୯୭୮ ମସିହାରେ ‘ଗମନ୍’ ଚଳଚ୍ଚିତ୍ର ଜରିଆରେ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିବା ନାନା ପାଟେକର ଥିଲେ ଜଣେ ଅନନ୍ୟ ପ୍ରତିଭାସମ୍ପନ୍ନ ଅଭିନେତା। ‘ପରିନ୍ଦା’, ‘ପ୍ରହାର’, ‘କ୍ରାନ୍ତିବୀର’, ‘ଖାମୋଶୀ’ ଏବଂ ‘ଅବ୍ ତକ୍ ଛପନ୍’ ଭଳି ଅନେକ ସୁପରହିଟ୍ ଫିଲ୍ମ ମାଧ୍ୟମରେ ସେ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ।ଏହି ଖବର ଆସିବା ପରେ ବଲିଉଡ ସହିତ ତାଙ୍କର ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

Comments are closed, but trackbacks and pingbacks are open.