ଲୋକସଭାରେ ଗୃହୀତ ହେଲା ‘ବନ୍ଦେ ମାତରମ’ ବିଲ୍

22

ନୂଆଦିଲ୍ଲୀ: ୨୯ ଜୁଲାଇ ବୁଧବାର ‘ବନ୍ଦେ ମାତରମ’ ବିଧେୟକକୁ ରାଜ୍ୟସଭାରେ ମଞ୍ଜୁରୀ ମିଳିଥିଲା । ରାଜ୍ୟସଭା ପରେ ଆଜି ଲୋକସଭାରେ ‘ବନ୍ଦେ ମାତରମ’ ବିଧେୟକ ଗୃହୀତ ହୋଇଛି। ଉଭୟ ସଦନରେ ଗୃହୀତ ହେବା ପରେ, ଏହାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ନିମନ୍ତେ ପଠାଯିବ। ବନ୍ଦେ ମାତରମ ବିଲ୍ ଆଇନରେ ପରିଣତ ହେଲେ ରାଷ୍ଟ୍ରୀୟ ସଙ୍ଗୀତକୁ ଜାତୀୟ ସଙ୍ଗୀତ ଜନଗଣ ମନ ଭଳି ଆଇନଗତ ସୁରକ୍ଷା ମିଳିବ। ବନ୍ଦେ ମାତରମକୁ ଅପମାନ କଲେ ୩ ବର୍ଷ ଜେଲ, ଜରିମନା ଅଥବା ଉଭୟ ହୋଇପାରେ। ଜାତୀୟ ସଂଗୀତ ଗାନରେ ବାଧା ପାଇଁ ମଧ୍ୟ ଏହି ଦଣ୍ଡର ପ୍ରାବଧାନ ରହିଛି। ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ଜୁଲାଇ ୨୪ ତାରିଖରେ ରାଜ୍ୟସଭାରେ ଏହି ବିଧେୟକ ଉପସ୍ଥାପନ କରିଥିଲେ। ସରକାରଙ୍କ ଅନୁସାରେ ଜାତୀୟ ଗୀତର ସମ୍ମାନ ପାଇଁ ଏହି ଆଇନର ଆବଶ୍ୟକତା ରହିଛି।

Comments are closed, but trackbacks and pingbacks are open.