ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ୍: ଟିଏମସିରେ ବଡ଼ ବିଦ୍ରୋହ

35

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ଧରଣର ବିପର୍ଯ୍ୟୟ ଆରମ୍ଭ ହୋଇଛି । ଶାସକ ତୃଣମୂଳ କଂଗ୍ରେସ (TMC) ଭିତରେ ଏକ ବଡ଼ ବିଦ୍ରୋହର ସଙ୍କେତ ମିଳିଛି । ଦଳରୁ ବହିଷ୍କୃତ ବିଧାୟକ ରୀତବ୍ରତ ବାନାର୍ଜୀ ବଙ୍ଗ ବିଧାନସଭାରେ ୫୯ ଜଣ ଟିଏମସି ବିଧାୟକଙ୍କ ସମର୍ଥନ ତାଙ୍କ ପାଖରେ ଥିବା ଦାବି କରିଛନ୍ତି । ଟିଏମସିର ଏହି ବିଦ୍ରୋହୀ ଗୋଷ୍ଠୀ ରୀତବ୍ରତଙ୍କୁ ବିରୋଧୀ ଦଳର ନୂତନ ନେତା ଭାବେ ପ୍ରୋଜେକ୍ଟ କରୁଥିବା ଜଣାପଡ଼ିଛି । ଯଦି ଏହି ଦାବି ସତ୍ୟ ପ୍ରମାଣିତ ହୁଏ, ତେବେ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଏହା ମମତା ବାନାର୍ଜୀଙ୍କ ପାଇଁ ଦ୍ୱିତୀୟ ବଡ଼ ଝଟକା ହେବ ଏବଂ ଦଳ ଭାଙ୍ଗିବା ପ୍ରାୟ ନିଶ୍ଚିତ । ଆଜି ରୀତବ୍ରତ ବାନାର୍ଜୀ ବିଧାନସଭାରେ ପହଞ୍ଚି ନିଜ ସହିତ ୫୯ ଜଣ ଟିଏମସି ବିଧାୟକଙ୍କ ସମର୍ଥନ ପତ୍ର ଥିବା ଦାବି କରିଛନ୍ତି । ଏହା ପରେ ଦଳର ଅନ୍ୟ ଅସନ୍ତୁଷ୍ଟ ବିଧାୟକମାନେ ମଧ୍ୟ ଗୋଟିଏ ପରେ ଗୋଟିଏ ବିଧାନସଭାରେ ପହଞ୍ଚିବାରେ ଲାଗିଛନ୍ତି । ସେମାନଙ୍କ ମଧ୍ୟରେ ଅରୂପ ରାୟ, ଶିଉଲି ସାହା, ଅକ୍ରୁଜମା ଏବଂ ସବିନା ୟାସମିନ୍‌ଙ୍କ ଭଳି ପ୍ରମୁଖ ନେତା ସାମିଲ ଅଛନ୍ତି । ଏହି ଅବସରରେ ସବିନା ୟାସମିନ୍ କହିଛନ୍ତି ଯେ, ସେମାନେ ଆଜି ବିରୋଧୀ ଦଳ ନେତା ଚୟନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବାକୁ ଯାଉଛନ୍ତି ।

Comments are closed, but trackbacks and pingbacks are open.