ୟୁପି ପୋଲିସ ପେପର ଲିକ୍ ମାମଲା, ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଏସଟିଏଫ

1,009

ଲକ୍ଷ୍ନୌ: ୟୁପି କନେଷ୍ଟବଳ ପରୀକ୍ଷାରେ ହୋଇଥିବା ପେପର ଲିକ ମାମଲାରେ ଏସଟିଏଫକୁ ମିଳିଛି ବଡ ସଫଳତା । ମୁଖ୍ୟ ଅଭିଯୁକ୍ତ ରାଜୀବ ନୟନ ମିଶ୍ରାକୁ ଗିରଫ କରିଛି ଏସଟିଏଫ । ଆଜି ସକାଳୁ ସକାଳୁ ନୋଏଡାରୁ ରାଜୀବକୁ ଗିରଫ କରିଥିଲା ଏସଟିଏଫ ଟିମ୍ । କୁହାଯାଉଛି ଯେ, ଅଭିଯୁକ୍ତଜଣକ ପୂର୍ବରୁ ମଧ୍ୟ ଅନେକ ବଡ ବଡ ପରୀକ୍ଷାର ପେପର୍‌ ଲିକ୍‌ କରି ଜେଲ୍‌ ଯାଇଛି । ଅନେକ ଦିନ ହେବ ପୋଲିସ ଉକ୍ତ ଅଭିଯୁକ୍ତକୁ ଖୋଜୁଥିଲା ।

ସୂଚନା ଅନୁସାରେ, ଗତ ଫେବୃଆରୀ ୧୮ ତାରିଖରେ ୟୁପି କନେଷ୍ଟବଳ ନିଯୁକ୍ତି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । କିନ୍ତୁ ପରୀକ୍ଷାର କିଛି ଦିନ ପରେ ପେପର ଲିକ ହେବାର ଖବର ସାମ୍ନାକୁ ଆସିଥିଲା । ଏହାପରେ ଉକ୍ତ ପରୀକ୍ଷାକୁ ବାତିଲ କରି ଆସନ୍ତା ୬ମାସ ଭିତରେ ପୁଣି ଥରେ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପରେ ଏହି ମାମଲାର ତଦନ୍ତ ଭାର ଏସଟିଏଫକୁ ଦିଆଯାଇଥିଲା । ଏସଟିଏଫ ଏହି ମାମଲାର ତଦନ୍ତ କରି ଗତ ଫେବୃୟାରୀରେ ନିରଜ ଯାଦବ ନାମକ ଏକ ଯୁବକକୁ ଗିରଫ କରିଥିଲା । ଏହି ମାମଲାରେ ଏପର୍ଯ୍ୟନ୍ତ ୩୦୦ ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ତେବେ ଗତ ମାର୍ଚ୍ଚ ୫ ତାରିଖରେ ରାଜ୍ୟ ସରକାର ଏହି ମାମଲାରେ ପୋଲିସ୍‌ ଭର୍ତ୍ତି ବୋର୍ଡ ଅଧ୍ୟକ୍ଷା ଆଇପିଏସ୍‌ ଅଫିସର ରେଣୁକା ମିଶ୍ରାଙ୍କୁ ତାଙ୍କ ପଦରୁ ହଟାଇ ଦେଇଥିଲେ । ତାଙ୍କ ସ୍ଥାନରେ ରାଜୀବ କୃଷ୍ଣାଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା । ତେବେ ଆଜି ଏହି ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ବାନ୍ଧିଛି ଏସଟିଏଫ ଟିମ୍‌ । ଏସଟିଏଫ ଟିମ୍ ମୁଖ୍ୟ ଅଭିଯୁକ୍ତ ରାଜୀବ ନୟନ ମିଶ୍ରାକୁ ମେରଠର କଙ୍କଡଖେଡାରୁ ଗିରଫ କରିଛି । ରାଜୀବ ୟୁପି ପ୍ରୟାଗରାଜର ବାସିନ୍ଧା ।

Comments are closed, but trackbacks and pingbacks are open.