ପର୍ଯ୍ୟଟନ ମାଧ୍ୟମରେ ସ୍ଥାନୀୟ ଅର୍ଥନୀତି ସୁଦୃଢ଼ ହେବ – ଧର୍ମେନ୍ଦ୍ର ପ୍ରଧାନ

180

ଅନୁଗୋଳ ଡେରଜାଙ୍ଗ ଡ୍ୟାମ୍‌ରେ ‘ବୋଟିଂ ସୁବିଧା’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ବଡ଼କେରଜାଙ୍ଗ ମଣ୍ଡଳ ତରଫରୁ ଆୟୋଜିତ ‘ନାଗରିକ ସମ୍ବର୍ଦ୍ଧନା ସଭା’ରେ ଯୋଗଦେଲେ
• ଡବଲ ଇଞ୍ଜିନ ସରକାରର ପ୍ରୟାସରେ ଅନୁଗୋଳ ଜିଲ୍ଲା ପାଲଟିବ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର
• ସ୍ଥାନୀୟ ଯୁବକଙ୍କ ପାଇଁ ସୃଷ୍ଟି ହେବ ରୋଜଗାର, ନିର୍ମାଣ ହେବ ଅତ୍ୟାଧୁନିକ ‘ଇକୋ ଲଜ୍’

ଡେରଜାଙ୍ଗ /ଅନୁଗୋଳ, ୨୧ ମାର୍ଚ୍ଚ ୨୦୨୬ –  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଆଜି ଅନୁଗୋଳ ଜିଲ୍ଲା ବଅଁରପାଳ ସ୍ଥିତ ଡେରଜାଙ୍ଗ ଠାରେ ବହୁପ୍ରତୀକ୍ଷିତ ‘ବୋଟିଂ ସୁବିଧା’ର ଶୁଭାରମ୍ଭ କରିଛନ୍ତି । ପ୍ରାୟ ୬ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଜିଲ୍ଲାର ପର୍ଯ୍ୟଟନ ଶିଳ୍ପକୁ ଏକ ନୂତନ ପରିଚୟ ଦେବା ସହ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଅନୁଗୋଳ ଜିଲ୍ଲା ପ୍ରାକୃତିକ ଓ ସାଂସ୍କୃତିକ ବିଭବରେ ପରିପୂର୍ଣ୍ଣ । ସାତକୋଶିଆ ଅଭୟାରଣ୍ୟରୁ ଆରମ୍ଭ କରି ରେଙ୍ଗାଲି ଜଳଭଣ୍ଡାରର ସୌନ୍ଦର୍ଯ୍ୟ ଏବଂ ମା’ ବୁଢ଼ୀ ଠାକୁରାଣୀଙ୍କ ପୀଠ ପର୍ଯ୍ୟନ୍ତ, ଏହି ଅଞ୍ଚଳର ଏକ ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି । ମହାନଦୀ ଓ ବ୍ରାହ୍ମଣୀ ଭଳି ଦୁଇ ପବିତ୍ର ନଦୀର ପ୍ରବାହ ଏହି ମାଟିକୁ ଗୌରବାନ୍ୱିତ କରିଛି । ଡବଲ ଇଞ୍ଜିନ ସରକାରର ମିଳିତ ପ୍ରୟାସରେ ଏହି ସମ୍ଭାବନାକୁ ଉପଯୋଗ କରି ଅନୁଗୋଳକୁ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢ଼ିତୋଳିବା ଆମର ମୁଖ୍ୟ ଲକ୍ଷ୍ୟ ।

ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ଯେ, ଡେରଜାଙ୍ଗ ପ୍ରକଳ୍ପ ପୂର୍ବରୁ କେବଳ ଜଳସେଚନ ଓ ପାନୀୟ ଜଳ ଯୋଗାଣରେ ସୀମିତ ଥିଲା, କିନ୍ତୁ ଏବେ ଏହା ଏକ ଅତ୍ୟାଧୁନିକ ପର୍ଯ୍ୟଟନ ସ୍ଥଳୀ ଭାବେ ଉଭା ହୋଇଛି । ଏଠାରେ ପର୍ଯ୍ୟଟକମାନେ ସ୍ପିଡ୍ ବୋଟ୍, ପେଡାଲ୍ ବୋଟ୍, ଜେଟ୍ ସ୍କି ଏବଂ ପେଡାଲ୍ ସ୍ୱାନ ବୋଟ୍‌ର ମଜା ନେଇପାରିବେ । ଏହି ସୁବିଧା ସ୍ଥାନୀୟ ଯୁବକମାନଙ୍କ ପାଇଁ ନୂତନ ରୋଜଗାରର ସୁଯୋଗ ସୃଷ୍ଟି କରିବ । ଏଥିସହ ଆଗାମୀ ଦିନରେ ଜଙ୍ଗଲ ବିଭାଗ ପକ୍ଷରୁ ଏଠାରେ ଏକ ‘ଇକୋ ଲଜ୍’ ନିର୍ମାଣ ପାଇଁ ଯୋଜନା ରହିଛି, ଯାହା ପର୍ଯ୍ୟଟକଙ୍କୁ ଏକ ସ୍ମରଣୀୟ ଅନୁଭୂତି ପ୍ରଦାନ କରିବ । ଏହି ସାଧୁ ଉଦ୍ୟମ ପାଇଁ ସେ ଜିଲ୍ଲା ପ୍ରଶାସନ, ଜଙ୍ଗଲ ବିଭାଗ ଓ ଜଳସେଚନ ବିଭାଗକୁ ସାଧୁବାଦ ଜଣାଇଛନ୍ତି ।

ଏହାପରେ କେନ୍ଦ୍ରମନ୍ତ୍ରୀ ବଡ଼କେରଜାଙ୍ଗ ମଣ୍ଡଳ ତରଫରୁ ଆୟୋଜିତ ‘ନାଗରିକ ସମ୍ବର୍ଦ୍ଧନା ସଭା’ରେ ଯୋଗଦେଇଥିଲେ । ସେଠାରେ ଉପସ୍ଥିତ ଜନସାଧାରଣଙ୍କ ସ୍ନେହ ଓ ଶ୍ରଦ୍ଧା ପାଇଁ କୃତଜ୍ଞତା ଜଣାଇ ସେ କହିଥିଲେ ଯେ, ଆମ ସରକାରର ମୂଳ ମନ୍ତ୍ର ହେଉଛି ଗରିବ କଲ୍ୟାଣ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଠାରୁ ଆରମ୍ଭ କରି ସାମାଜିକ ସୁରକ୍ଷା ଭତ୍ତା ପର୍ଯ୍ୟନ୍ତ, ପ୍ରତିଟି ସରକାରୀ ସୁବିଧା ଯେପରି ଯୋଗ୍ୟ ହିତାଧିକାରୀଙ୍କ ପାଖରେ ସ୍ୱଚ୍ଛତାର ସହ ପହଞ୍ଚିବ, ସେଥିପାଇଁ ଆମେ ପ୍ରତିବଦ୍ଧ । ଜଳସେଚନର ବିସ୍ତାର, ଉନ୍ନତ ଗମନାଗମନ ଏବଂ ପର୍ଯ୍ୟାବରଣର ସନ୍ତୁଳନ ରକ୍ଷା କରିବା ଆମର ସର୍ବୋଚ୍ଚ ପ୍ରାଥମିକତା ରହିବ ବୋଲି ସେ କହିଥିଲେ ।

6 Comments
  1. where to get zithromax

    where to get zithromax

  2. propecia

    propecia

    propecia

  3. metoprolol bnf

    metoprolol bnf

    metoprolol bnf

  4. zoloft no prescription

    zoloft no prescription

  5. lasix medicine for cats

    lasix medicine for cats

  6. lasix for dogs cost

    lasix for dogs cost

    lasix for dogs cost

Comments are closed, but trackbacks and pingbacks are open.