ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ଶ୍ରୀମନ୍ଦିରରେ ଦୀପଦାନ କଲେ କେନ୍ଦ୍ର ଆଇନ ମନ୍ତ୍ରୀ

32

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ଯୋଡ଼ି ହୋଇଛି ଏକ ନୂଆ ଇତିହାସ। ଦେଶରେ ସବୁଠାରୁ ଅଧିକ ଦିନ ପ୍ରଧାନମନ୍ତ୍ରୀ ପଦରେ ରହିବାର ଗୌରବ ହାସଲ କରିଛନ୍ତି ସେ। ପୂର୍ବରୁ ଏହି ରେକର୍ଡ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ନାମରେ ରହିଥିଲା। ଏହି ଐତିହାସିକ ସଫଳତା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଦୀପଦାନ କରାଯାଇଛି। କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ପୁରୀ ସାଂସଦ ସମ୍ବିତ ପାତ୍ର ଶ୍ରୀମନ୍ଦିରରେ ଏହି ଦୀପଦାନ କରିଛନ୍ତି। ଆଜି ସକାଳେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ମେଘୱାଲ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ତାଙ୍କ ସହ ପୁରୀ ସାଂସଦ ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଓ ବିଜେପିର ବହୁ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Comments are closed, but trackbacks and pingbacks are open.