ଦୁଇ କାର୍ ମୁହାଁମୁହିଁ ଧକ୍କା : ୬ ମୃତ

2,967

ଜୟପୁର : ରାଜସ୍ଥାନ ସିକର ଜୟପୁର ବିକାନେର ରାସ୍ତା ଲକ୍ଷ୍ମୀଗଡ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।  ଦୁଇ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଆହତ ହୋଇଥିବା ୫ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଏକ କାର୍ ଲକ୍ଷ୍ମଣଗଡରୁ ସିକର ଅଭିମୁଖେ ଯାଉଥିଲା । ଏହି ସମୟରେ ସିକର ପଟୁ ଲକ୍ଷ୍ମଣଗଡକୁ ଆସୁଥିବା ଏକ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁଇଟି ଗାଡି ଚୁରମାର୍ ହେବା ସହ ଘଟଣାସ୍ଥଳରେ ୬ଜଣଙ୍କର ମୃତ୍ୟୁ ହୋଇଛି।

ତେବେ ମୃତକଙ୍କ ମଧ୍ୟରେ ୩ଜଣ ମହିଳା ଥିବା ଜଣାପଡିଛି । ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Comments are closed, but trackbacks and pingbacks are open.