ଦନ୍ତା ଆତଙ୍କ: ସନ୍ଧ୍ୟା ହେଲେ ଗାଁରେ ବୁଲୁଛି ହାତୀ, ଲୋକେ ଭୟଭୀତ

29

ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଓ ମୋରଡ଼ା ବ୍ଲକ୍‌ ଅଞ୍ଚଳରେ ହାତୀ ଆତଙ୍କ। ଠିକ୍‌ ସନ୍ଧ୍ୟା ହେଲେ ରାସଗୋବିନ୍ଦପୁର ବ୍ଲକର ରଙ୍ଗିଆମ ଗାଁରୁ ନଳଗଜା ଦେଇ ଏକ ଦନ୍ତା ହାତୀ ଗାଁ ଭିତରେ ବୁଲୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଦନ୍ତା ହାତୀଟି ଗତ କିଛି ଦିନ ହେଲାଣି ଜଙ୍ଗଲ ଆଡ଼କୁ ନ ଯାଇ ସନ୍ଧ୍ୟା ହେଲେ ବିଭିନ୍ନ ଗାଁ ଭିତରକୁ ଚାଲିଆସୁଛି। ହାତୀ ଗତିବିଧି ଉପରେ କିଛି ଗଜସାଥୀ ନଜର ରଖିବା ସହ ଗାଁ ଲୋକଙ୍କୁ ସଚେତନ କରାଉଛନ୍ତି। ଅନ୍ୟପଟେ ଲୁହାପଡ଼ା ମେନକଷା ଜଙ୍ଗଲରେ ୧୯ଟିଆ ହାତୀପଲ ଡେରା ପକାଇ ରହିଥିବାରୁ ଆଖପାଖ ଗାଁର ଲୋକଙ୍କୁ ସତର୍କ ରହିବା ପାଇଁ ବନ ବିଭାଗ ଓ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

Comments are closed, but trackbacks and pingbacks are open.