ନିଷ୍ପତ୍ତି ବଦଳାଇଲେ ଟ୍ରମ୍ପ: ଖସିଲା ଅଶୋଧିତ ତୈଳ ଦର

26

ୱାଶିଂଟନ୍: ଇରାନ୍‌ ଉପରେ ବଡ଼ଧରଣର ସାମରିକ ଆକ୍ରମଣ ଯୋଜନାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓହରିଯିବା ପରେ ଆନ୍ତର୍ଜାତୀୟ ବଜାରରେ ତୈଳ ଦର ହ୍ରାସ ପାଇଛି। ଆନ୍ତର୍ଜାତୀୟ ବେଞ୍ଚମାର୍କ ବ୍ରେଣ୍ଟ ଅଶୋଧିତ ତୈଳ  ଦର ବ୍ୟାରେଲ୍‌ ପିଛା ୪.୦୮ ଡଲାର କମି ୮୩.୫୮ ଡଲାରରେ ପହଞ୍ଚିଛି। ସେହିପରି ଆମେରିକାର ୱେଷ୍ଟ ଟେକ୍ସାସ୍ ଇଣ୍ଟରମିଡିଏଟ୍ ଦର ୪.୦୧ ଡଲାର ହ୍ରାସ ପାଇ ବ୍ୟାରେଲ୍‌ ପିଛା ୮୦.୬୬ ଡଲାରରେ କାରବାର ହେଉଛି। ଟ୍ରମ୍ପଙ୍କ ଏହି ନୀତିଗତ ଆଭିମୁଖ୍ୟ ବଦଳିବା ଫଳରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ହ୍ରାସ ପାଇବା ସହ ବିଶ୍ୱ ତୈଳ ଯୋଗାଣ ସ୍ବାଭାବିକ ରହିବା ଆଶା କରାଯାଉଛି।

Comments are closed, but trackbacks and pingbacks are open.