ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ “ପ୍ରୋଜେକ୍ଟ ଫ୍ରିଡମ୍”କୁ ବିରତ ରଖିଛନ୍ତି । ଏହି ପ୍ରୋଜେକ୍ଟ ଅଧୀନରେ, ଜାହାଜଗୁଡ଼ିକୁ ହୋର୍ମୁଜ୍ ପ୍ରଣାଳୀରୁ ସୁରକ୍ଷିତ ଭାବରେ ବାହାର କରାଯିବାର ଥିଲା । ଟ୍ରମ୍ପ ଦାବି କରିଛନ୍ତି ଯେ, ଇରାନ ସହିତ ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ଚୁକ୍ତିନାମା ସମ୍ପର୍କରେ ଆଲୋଚନାରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛି । ଗତକାଲି ଦିନ ‘ଟ୍ରୁଥ୍ ସୋସିଆଲ’ରେ ଏକ ପୋଷ୍ଟରେ ଟ୍ରମ୍ପ କହିଛନ୍ତି, “ଇରାନର ପ୍ରତିନିଧିମାନଙ୍କ ସହିତ ଏକ ପୂର୍ଣ୍ଣ ଏବଂ ଚୂଡ଼ାନ୍ତ ଚୁକ୍ତିନାମା ଦିଗରେ ବହୁତ ଭଲ ଅଗ୍ରଗତି ହୋଇଛି ।” ଟ୍ରମ୍ପ ଆହୁରି କହିଛନ୍ତି, “ପାକିସ୍ତାନ ଏବଂ ଅନ୍ୟ ରାଷ୍ଟ୍ର ଗୁଡ଼ିକର ଅନୁରୋଧରେ ଏବଂ ଇରାନ ବିରୁଦ୍ଧରେ ଅଭିଯାନ ସମୟରେ ଆମେ ହାସଲ କରିଥିବା ବିପୁଳ ସାମରିକ ସଫଳତା ଏବଂ ଇରାନ ପ୍ରତିନିଧିମାନଙ୍କ ସହିତ ଏକ ପୂର୍ଣ୍ଣ ଏବଂ ଚୂଡ଼ାନ୍ତ ଚୁକ୍ତିନାମା ଦିଗରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିକୁ ବିଚାରକୁ ନେଇ, ଆମେ ପାରସ୍ପରିକ ନିଷ୍ପତ୍ତି ନେଇଛୁ ଯେ, ଅବରୋଧ ସମ୍ପୂର୍ଣ୍ଣ ବଳବତ୍ତର ଏବଂ ପ୍ରଭାବରେ ରହିବ, ଚୁକ୍ତିନାମାକୁ ଚୂଡ଼ାନ୍ତ ଏବଂ ସ୍ୱାକ୍ଷରିତ କରାଯାଇପାରିବ କି ନାହିଁ ତାହା ଦେଖିବା ପାଇଁ ‘ପ୍ରୋଜେକ୍ଟ ଫ୍ରିଡମ’କୁ ଅଳ୍ପ ସମୟ ପାଇଁ ବିରତ କରାଯିବ ।”
Comments are closed, but trackbacks and pingbacks are open.