କଂଗ୍ରେସ ସମର୍ଥନରେ ସରକାର ଗଢିବାକୁ ଦାବି କଲେ ଥାଲାପତି

15

ଚେନ୍ନାଇ: ଆସନ୍ତାକାଲି ସକାଳ ୧୦ଟାରେ ବିଜୟ ଥାଲାପତି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ବିଜୟ ଆଜି ରାଜ୍ୟପାଳ ରାଜେନ୍ଦ୍ର ଅର୍ଲେକରଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି। ବିଜୟଙ୍କ ନୂତନ ଦଳ ‘ତାମିଲଗା ଭେଟ୍ରି କାଝାଗମ’ (TVK) ମୋଟ ୧୦୮ଟି ଆସନ ସହ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି। ସରକାର ଗଢ଼ିବା ପାଇଁ ବିଜୟଙ୍କୁ କଂଗ୍ରେସ ଏବଂ ଅନ୍ୟ କିଛି ଆଞ୍ଚଳିକ ଦଳ ସମର୍ଥନ ଜଣାଇଛନ୍ତି। ବର୍ଷ ବର୍ଷ ଧରି ରାଜ୍ୟରେ ଶାସନ କରୁଥିବା DMK ଏବଂ AIADMK ପରି ବଡ଼ ଦଳକୁ ପଛରେ ପକାଇଛନ୍ତି ବିଜୟ। AIADMK ଶିବିରରେ ବିଜୟଙ୍କୁ ସମର୍ଥନ ଦେବା ନେଇ ଦୁଇଟି ମତ ପ୍ରକାଶ ପାଇଥିଲା। କିନ୍ତୁ ଶେଷରେ ଅନେକ ବରିଷ୍ଠ ନେତା ବିଜୟଙ୍କ ନେତୃତ୍ଵ ସପକ୍ଷରେ ମତ ଦେଇଥିଲେ । ତାମିଲନାଡୁରେ ସରକାର ଗଠନ ପାଇଁ ଟିଭିକେ କୁ ୧୧୮ ଆସନ (ମ୍ୟାଜିକ ନମ୍ବର) ର ଆବଶ୍ୟକତା ଥିଲା l କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ଭେନୁଗୋପାଳ କହିଛନ୍ତି ଯେ, ବିଜୟ ସରକାର ଗଠନ ପାଇଁ କଂଗ୍ରେସର ସହାୟତା ମାଗିଥିଲେ ଏବଂ ଦଳ ତାଙ୍କୁ ସମର୍ଥନ ଦେବାକୁ ରାଜି ହୋଇଥିଲା l

Comments are closed, but trackbacks and pingbacks are open.