ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଅଜଣା ପିକଅପ୍ ଧକ୍କାରେ ମାମୁ-ଭଣଜା ମୃତ

41

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ବୁଡ଼ିପଦର ଛକ ନିକଟରେ ସୋମବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଜଣା ପିକଅପ୍ ଭ୍ୟାନ୍ ଧକ୍କାରେ ମାମୁ ଓ ଭଣଜାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ମୃତକ ଦ୍ୱୟ ଜୁନାଗଡ଼ ବ୍ଲକ ଚିକଲି ଗ୍ରାମର ବୋଲି ଚିହ୍ନଟ କରାଯାଇଛି। ସୂଚନା ଅନୁସାରେ, ମାମୁ ଓ ଭଣଜା ଏକ ବାଇକ୍ ଯୋଗେ ଜୁନାଗଡ଼ ଅଭିମୁଖେ ଯାଉଥିବା ସମୟରେ ବୁଡ଼ିପଦର ଛକଠାରେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ପିକଅପ୍ ସେମାନଙ୍କୁ ସଜୋରରେ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ, ଉଭୟ ବାଇକ୍ ଆରୋହୀଙ୍କର ସେଠାରେ ପ୍ରାଣବାୟୁ ଉଡ଼ିଯାଇଥିଲା। ଦୁର୍ଘଟଣା ଘଟାଇବା ପରେ ପିକଅପ୍ ଚାଳକ ଗାଡ଼ି ସହ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଫେରାର ଗାଡ଼ିକୁ ଧରିବା ପାଇଁ ଛାନ୍‌ଭିନ୍ ଜାରି ରହିଛି।

Comments are closed, but trackbacks and pingbacks are open.