କେମିତି କଟିବ ଆଜିର ଦିନ
ରାଶିଫଳ :୦୭-୦୬-୨୦୨୨ ମଙ୍ଗଳବାର : ଏହି ରାଶି ମାନଙ୍କର ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି I ମେଷ – ପରିଶ୍ରମ ଅନୁଯାୟୀ ଫଳ ମିଳିବ ନାହିଁ I ବୃଷ – ଆତ୍ମବିଶ୍ୱାସ ଦୃଢ ହେବ I ମିଥୁନ – ଭାଗ୍ୟବାନ ହେବେ I କର୍କଟ – ମାନସିକ ସ୍ତରରେ ଚିନ୍ତିତ ରହିବେ I ଜାଣନ୍ତୁ ଆପଣଙ୍କ ରାଶି ବିଷୟରେ :
ମେଷ : କ୍ରୋଧିତ ନ ହୋଇ ଶାନ୍ତ ରୁହନ୍ତୁ I ଆଜି ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି I ପରିଶ୍ରମ ଅନୁଯାୟୀ ଫଳ ମିଳିବ ନାହିଁ I କାର୍ଯ୍ୟକ୍ଷେତ୍ରରେ ଦିନଟି ଭଲରେ କଟିବ I ସରକାରୀ କାର୍ଯ୍ୟରେ ସଫଳତା ମିଳିବ I
ବୃଷ : ଆଜି ଆପଣ ଅନେକ କାର୍ଯ୍ୟରେ ସଫଳତା ପାଇବେ I ଆତ୍ମବିଶ୍ୱାସ ଦୃଢ ହେବ I ବିଦ୍ୟାର୍ଥୀ ମାନଙ୍କର ଅଧ୍ୟୟନରେ ଆଗ୍ରହ ରହିବ I ଆପଣ ସରକାରୀ କାର୍ଯ୍ୟରେ ସଫଳତା ପାଇବାକୁ ସମର୍ଥ ହେବେ I କିଣାକିଣିରେ ଅର୍ଥ ଖର୍ଚ୍ଚ କରିବେ I ଧାର୍ମିକ ହେବେ I
ମିଥୁନ : ଦିନର ଆରମ୍ଭ ଫୁର୍ତ୍ତିରେ ହେବ Iସ୍ୱାସ୍ଥ୍ୟ ଠିକ୍ ରହିବ । ଆଜି ଆପଣ ଭାଗ୍ୟବାନ ହେବେ Iଅପରାହ୍ନରେ କୌଣସି ଶୁଭ ଖବର ଶୁଣିପାରନ୍ତି । ଜମି, ଜାଗା, ବାସ ଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ବ୍ୟବସାୟରେ ଆଶାନୁରୂପ ସଫଳତା ମିଳିବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ।
କର୍କଟ: ମାନସିକ ସ୍ତରରେ ଚିନ୍ତିତ ରହିବେ Iସହକର୍ମୀମାନଙ୍କ ସାହାଯ୍ୟ ସହଯୋଗ ପାଇ ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ । କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ବିଶ୍ୱାସଭାଜନ ହେବେ। ଧନହାନୀ ହେବାର ସମ୍ଭାବନା ଅଛି । ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି ।
ସିଂହ : ଆତ୍ମବିଶ୍ୱାସ ବୃଦ୍ଧି ହେବ। କାର୍ଯ୍ୟରେ ସଫଳତା ପାଇବେ Iଦିନ ଶେଷ ହେବା ବେଳକୁ ଆର୍ଥିକ ବୃଦ୍ଧି ହେବ। ଆଜି ଆପଣ ନିଜ ଜ୍ଞାନ ଖଟାଇ ଘରୋଇ ବିବାଦକୁ ସମାଧାନ କରିବେ। ବ୍ୟକ୍ତିଗତ ପଥ ପ୍ରଦର୍ଶନ ଆପଣଙ୍କ ସଂପର୍କରେ ଉନ୍ନତି ଆଣିବ। ଧର୍ମ କାର୍ଯ୍ୟରେ ମନ ଲାଗିବ। ମାତା-ପିତାଙ୍କ ଆଶୀର୍ବାଦ ବରଦାନ ସଦୃଶ ହେବ। ପ୍ରତ୍ୟେକ କାମ ପାଇଁ ସମାଧାନର ବାଟ ମିଳିଯିବ।
କନ୍ୟା :ଶାରୀରିକ ଓ ମାନସିକ ରୂପରେ ଅସ୍ଥିରତା ଅନୁଭବ କରିବେ । କାହା ସହିତ ବାଦ ବିବାଦ ବଢିପାରେ ସତର୍କ ରୁହନ୍ତୁ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।
ତୁଳା : ବୈବାହିକ ଜୀବନ ସୁଖମୟ ହେବ I ଚାକିରି ଏବଂ ବ୍ୟବସାୟରେ ପରିସ୍ଥିତି ଅନୁକୂଳ ହେବ I ଚାକିରିରେ ପଦୋନ୍ନତି ହୋଇପାରେ I ଆପଣ ପରିବାର ଏବଂ ସାଙ୍ଗମାନଙ୍କ ସହିତ ଖୁସିର ମୁହୂର୍ତ୍ତ ବିତାଇବାକୁ ସମର୍ଥ ହେବେ I ଭ୍ରମଣ ଆନନ୍ଦଦାୟକ ହେବ I ବ୍ୟବସାୟ ବୃଦ୍ଧି ପାଇବ I ସୌଭାଗ୍ୟ ପ୍ରାପ୍ତ କରିବେ I
ବିଛା : ସମସ୍ତ କାର୍ଯ୍ୟ ସଫଳତାର ସହିତ ସମାପ୍ତ ହେବ I ପାରିବାରିକ ଜୀବନ ସୁଖମୟ ହେବ I ସ୍ୱାସ୍ଥ୍ୟ ଭଲ ରହିବ I ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ I ଗୁରୁଜନ ମାନଙ୍କ ର ଆଶୀର୍ବାଦ ଆପଣଙ୍କ ସହିତ ରହିବ I ପିଲାମାନଙ୍କର ଅଗ୍ରଗତିରୁ ସନ୍ତୁଷ୍ଟ ଏବଂ ଆନନ୍ଦ ପାଇବେ I ବକେୟା ରାଶି ଫେରସ୍ତ ହେବ I
ଧନୁ : ଆଜି ଆପଣଙ୍କୁ ଶୁଭାଶୁଭ ମିଶ୍ରିତ ଫଳ ମିଳିବ । ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ। କ୍ରୀଡା ପ୍ରତିଦ୍ୱନ୍ଦିତା, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ହାସଲ କରିବେ । ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରି ପ୍ରଶଂସିତ ହେବେ । ଶିକ୍ଷାର୍ଥୀମାନଙ୍କ ପାଇଁ ଅଧ୍ୟୟନରେ ବାଧା ଉପୁଜିପାରେ । ଜଗିରଖି ନ ଚଳିଲେ ଆକସ୍ମିକ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି ।
ମକର : ଆଜି ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବା ଫଳରେ ମନ ଖୁସି ରହିବ । ଅଚାନକ ଧନପ୍ରାପ୍ତିର ଯୋଗ ରହିଛି । ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ । କର୍ମ କ୍ଷେତ୍ରରେ ଉନ୍ନତି ଏବଂ ନୂତନ ଆୟର ପନ୍ଥା ଖୋଲିଯିବ। ପରିବାରରେ ଭାଇ ଭଉଣୀମାନଙ୍କ ସହିତ ଆନନ୍ଦ ଉଲ୍ଲାସରେ ଦିନ କାଟିବେ ।
କୁମ୍ଭ : ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରିବେ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍ସନ ଲାଗି ରହିବ। ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।
ମୀନ : ଦୈନନ୍ଦିନ କାର୍ଯ୍ୟ ସୁରୁଖୁରୁରେ ସମାପ୍ତ ହେବ I ଘରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ I ବାଣୀରେ ସଂଯମତା ରଖନ୍ତୁ I ଶତ୍ରୁ ପରାଜିତ ହେବେ I ସହକର୍ମୀଙ୍କ ସହଯୋଗ ଆପଣଙ୍କ ବ୍ୟବସାୟ କ୍ଷେତ୍ରର କାର୍ଯ୍ୟକୁ ସହଜ କରିବ I ମାତୃ ପାର୍ଶ୍ୱରୁ ଲାଭ ମିଳିବ I
Comments are closed, but trackbacks and pingbacks are open.