ଓଡ଼ିଶା ମାଟିରେ ଅଙ୍ଗୁର ଚାଷ

47

ଜଗତସିଂହପୁର ପରି ଏକ ଉପକୂଳବର୍ତ୍ତୀ ଜିଲ୍ଲାରେ ଅନୁପଯୁକ୍ତ ଜଳବାୟୁ ରେ ମଧ୍ୟ ଅଙ୍ଗୁର ଚାଷ କରିବା ସମ୍ଭବ ହେଇ ପାରୁଛି I ଜଣେ ସ୍ଥାନୀୟ କୃଷକ ଯିଏ ଏହାକୁ ଗତ ବର୍ଷ ଏକ ପରୀକ୍ଷଣ ଭାବରେ ଗ୍ରହଣ କରିଥିଲେ, ଏହାର ରହସ୍ୟ ଖୋଜିଥିବା ଜଣାପଡିଛି ଏବଂ ଚଳିତ ବର୍ଷ ଏହାକୁ ବ୍ୟବସାୟିକ ଅନୁପାତରେ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି Iପନିପରିବା ଚାଷ ପ୍ରତି ରୁଚି ରଖୁଥିବା ଚାଷୀ ଏବେ ନିଜ ବାଡ଼ିରେ ଫଳାଇଛନ୍ତି ଅଙ୍ଗୁର । ଜଗତସିଂହପୁୁର ପାଟେଣୀଗାଁର ଚାଷୀ ଅକ୍ଷୟ ସ୍ୱାଇଁ ଅଙ୍ଗୁର ଚାଷ କରିଥିବା ଦେଖିବାକୁ ମିଳିଛି । ଓଡ଼ିଶା ଭଳି ମାଟିରେ ବିଶେଷକରି ଅଙ୍ଗୁର ଓ ସେଓ ଚାଷ ବିଶେଷ ଦେଖିବାକୁ ମିଳିନଥାଏ । ତେବେ ଅକ୍ଷୟଙ୍କ ଅଙ୍ଗୁର ଚାଷ ଦେଖିବା ପାଇଁ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

ଜଗତସିଂହପୁୁର ପାଟେଣୀଗାଁର ଚାଷୀ ଅକ୍ଷୟ ସ୍ୱାଇଁ । ଖରିଫ, ରବି ଓ ପନିପରିବା ଚାଷ ପରେ ନିଜ ବାଡ଼ିରେ ଅଙ୍ଗୁର ଚାଷ ଆରମ୍ଭ କରିଛନ୍ତି । ଗଛଗୁଡ଼ିକ ଉତମ ମାନର ହୋଇଥିବା ବେଳେ ଫଳିଛି ପେନ୍ଥା ପେନ୍ଥା ଅଙ୍ଗୁର । ଓଡ଼ିଶା ମାଟିରେ ସେଓ ଓ ଅଙ୍ଗୁର ଚାଷ ସଫଳ ହେଉନଥିବା ବେଳେ ନିଜ ବାଡ଼ିରେ ଏହାକୁ ପରୀକ୍ଷାମୂଳକ ଭାବେ ଚାଷ କରି ବେଶ ସଫଳତା ପାଇଛନ୍ତି । ଗୋଟିଏ ଗୋଟିଏ ଗଛରୁ ୭ରୁ ୮ କିଲୋ ଅଙ୍ଗୁର ଫଳୁଥିବା ବେଳେ ବାଡ଼ିରେ ପ୍ରାୟ ୨୦ଟି ଅଙ୍ଗୁର ଗଛ ଲଗାଇଛନ୍ତି ଅକ୍ଷୟ ସ୍ୱାଇଁ । ସ୍ଥାନୀୟ ବଜାରରେ ଏହାକୁ ବିକ୍ରି କିଛି ଲାଭ ପାଇବାର ଆଶା ରଖିଛନ୍ତି ।

ପ୍ରଥମ ଥର ପାଇଁ ସ୍ଥାନୀୟ ଅଞ୍ଚଳରେ ଅଙ୍ଗୁର ଚାଷ ହୋଇଥିବାରୁ ଲୋକେ ଏହାକୁ ଦେଖିବା ପାଇଁ ଅକ୍ଷୟଙ୍କ ବାଡ଼ିକୁ ଆସୁଛନ୍ତି । ଭଲ ଲାଭ ମିଳିଲେ ଅନ୍ୟ ଚାଷୀ ମାନେ ଏହି ଚାଷ ଆପଣେଇବେ ବୋଲି କହିଛନ୍ତି । ଏହି ଚାଷରେ ଅକ୍ଷୟଙ୍କୁ ସହଯୋଗ କରୁଛନ୍ତି ତାଙ୍କ ସ୍ତ୍ରୀ ପ୍ରଭାସିନୀ । ଗଛରେ ପାଣି ଦେବା ଏବଂ ଗଛ ଗୁଡ଼ିକର ଯତ୍ନ ନେବା ଭଳି କାମରେ ସ୍ୱାମୀଙ୍କ ସହଯୋଗ କରନ୍ତି ପ୍ରଭାସିନୀ । ଅଙ୍ଗୁର ଚାଷ କରି ସଫଳତା ପାଇବା ପରେ ଯୁବ ଚାଷୀ ମାନେ ଏହି ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।

Comments are closed, but trackbacks and pingbacks are open.