ଆଜି ବିଧାନସଭାର ଦ୍ଵିତୀୟ ଦିନ : ଆରମ୍ଭରୁ ହଟ୍ଟଗୋଳ, ଗୃହ ମୁଲତବି

0 122

ଆଜି ବିଧାନସଭାର ଦ୍ଵିତୀୟ ଦିନରେ ଗୃହ କାର୍ଯ୍ୟ ଆରମ୍ଭ ନ ହେଉଣୁ ବିରୋଧୀଙ୍କ ହଟ୍ଟଗୋଳଯୋଗୁଁ ଚାଲି ପାରିଲାନି ଗୃହ ଇ ଗତକାଲି ପରି ଆଜି ବି ଦେଖିବାକୁ ମିଳିଛି ସମାନ ସ୍ଥିତି ଗୃହ ରେ ଦେଖିବାକୁ ମିଳିଥିଲା Iମମିତା ହତ୍ୟାକାଣ୍ଡ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି କୁ ନେଇ ଗତକାଲି ଭଳି ଆଜି ମଧ୍ୟ ଆକ୍ସନ ମୁଡକୁ ଚାଲି ଆସିଥିଲେ ବିରୋଧୀ ବିଜେପି ଓ କଂଗ୍ରେସ। ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ସନ୍‌ସାଇନ୍‌ ଶିକ୍ଷୟିତ୍ରୀ ମମିତା ମେହେର ମର୍ଡର କେସ୍‌ରେ ଗୃହ ମନ୍ତ୍ରୀ ଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣି ତାଙ୍କ ବହିଷ୍କାର ଦାବି କରିଛନ୍ତି। ସେହିପରି ବିଜେଡି ସବୁଥର ପରି ଡିଫେନ୍ସ ମୁଡ଼ ରେ ରହି ତେଲ, ଗ୍ୟାସ୍‌ର ଦର ବୃଦ୍ଧିକୁ ନେଇ ବିଜେପିକୁ କାଉଣ୍ଟର ଆଟାକ କରିଛି । ଏହି ପ୍ରସଙ୍ଗରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେପି ସଦସ୍ୟ ଗୃହ ମଧ୍ୟଭାଗକୁ ଆସି ପୋଷ୍ଟର, ବ୍ୟାନର ଦେଖାଇବା ସହ ହଟ୍ଟଗୋଳ କରିଥିଲେ । ଶାସକ ଦଳର ବିଧାୟକମାନେ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ।
ଗୃହ ମୁଲତବି ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ବାଚସ୍ପତି କାହିଁକି ଗୃହକୁ ୪ଟା ଯାଏଁ ମୁଲତବି ରଖିଲେ ବୁଝାପଡୁନି । ତେବେ ସରକାରଙ୍କ ଚାପରେ ବାଚସ୍ପତି ଏଭଳି ନିଷ୍ପତ୍ତି ନେଇଥିବା କଥା କହିଛନ୍ତି ମୋହନ ମାଝୀ ।

Leave A Reply

Your email address will not be published.