ଉପରାଷ୍ଟ୍ରପତି ନିର୍ବାଚନ ରୁ ଦୁରେଇ ରହିବ ଟିଏମସି ,ପ୍ରାର୍ଥୀନୀ କହିଲେ ଏହା କ୍ରୋଧ,ଅହଙ୍କାରର ସମୟ ନୁହେଁ

34

ଉପରାଷ୍ଟ୍ରପତି ନିର୍ବାଚନ ମତଦାନରୁ ଦୁରେଇ ରହିବ ତୃଣମୂଳ କଂଗ୍ରେସ I ମମତା ବାନାର୍ଜୀଙ୍କ ଏଭଳି ଘୋଷଣା ପରେ ଏହାକୁ ନୈରାଶ୍ୟଜନକ ବୋଲି କହିଛନ୍ତି ବିରୋଧୀ ମେଣ୍ଟର ପ୍ରାର୍ଥୀ ଆଲ୍ୱା ମାର୍ଗାରେଟ । ସେ କହିଛନ୍ତି କି ଦେଶ ଯେଭଳି ସ୍ଥିତି ଦେଇ ଗତି କରୁଛି ଏହି ସମୟରେ ଅହଂକାର ଓ କ୍ରୋଧ ନୁହେଁ ବରଂ ସାହସିକତା ସହକାରେ ଏକତାକୁ ମଜବୁତ କରିବା ଆବଶ୍ୟକ । ଏହାସହ ମମତା ବାନାର୍ଜୀ ବିରୋଧୀଙ୍କ ସହ ଠିଆ ହେବେ ବୋଲି ସେ ଆଶା ପ୍ରକଟ କରିଛନ୍ତି ।

ମିଳିତ ବିରୋଧୀ ଦଳ ମାର୍ଗେଟ୍ ଆଲ୍‌ଭାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଥିଲେ ବି କାହିଁକି ସେମାନେ ଟିଏମସି ସହ ଆଲୋଚନା କଲେ ନାହିଁ ସେନେ ମମତା ଗତାକିଲ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏଣୁ ସେ ଉପରାଷ୍ଟ୍ରପତି ନିର୍ବାଚନରୁ ଦୂରେଇ ରହିବେ ବୋଲି ଘୋଷଣା କରିଥିଲେ।

ଏନେଇ ମମତା କହିଥିଲେ “କୌଣସି ଦଳ ମୋ ସହ ଆଲୋଚନା କରି ନାହାନ୍ତି। ତେଣୁ ଅଲ୍‌ଭାଙ୍କୁ କିପରି ମେଣ୍ଟ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନିଆଗଲା ? ଏହା ଉଚିତ ନୁହେଁ।” ତେବେ ମମତାଙ୍କର ଅଲଭାଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ଖୁବ ଭଲ ବୋଲି ସୂଚନା ମିଳିଛି। କିନ୍ତୁ କଂଗ୍ରେସ ଓ ଏନ୍‌ସିପି ପ୍ରାର୍ଥୀ ବାଛିବା ପୂର୍ବରୁ ତାଙ୍କୁ ସୂଚନା ନ ଦେଇଥିବାରୁ ସେ ଦୁଃଖିତ ବୋଲି ଜଣାପଡିଛି।

ସୂଚନା ଥାଉକି କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଘୋଷଣା ମୁତାବକ ଅଗଷ୍ଟ ୬ ତାରିଖରେ ଉପ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ଜୁଲାଇ ୨୨ ତାରିଖ ସୁଦ୍ଧା ନାମାଙ୍କନ ଶେଷ ହୋଇଛି । ଭୋଟ ଗ୍ରହଣ ସରିବା ପରେ ସେହିଦିନ ଅର୍ଥାତ ଅଗଷ୍ଟ ୬ ତାରିଖରେ ଭୋଟ ଗଣତି ହେବ ।

Comments are closed, but trackbacks and pingbacks are open.