ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ଫଳାଫଳ : କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ , ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ

41

ସିବିଏସ୍‌ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଛି । ଏଥିରେ କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲ୍‌ର ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି । ସ୍କୁଲ୍‌ର ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହା ସହିତ ଚଳିତବର୍ଷ ଜେଇଇ ଟପ୍ପର ହୋଇଥିବା ସ୍କୁଲର ଦିବ୍ୟାଂଶୁ ମଲ୍ଲୁ ଗଣିତ, ପଦାର୍ଥ ବିଜ୍ଞାନ ଓ ରାସାୟନିକ ବିଜ୍ଞାନରେ ୧୦୦ ନମ୍ବର ଲେଖାଏ ରଖିଛନ୍ତି ।

ଏହା ବ୍ୟତୀତ ସ୍କୁଲ୍‌ର ଛାତ୍ରୀ ବିଶାଖା ରାଉତ କଳାରେ ସର୍ବାଧିକ ୯୯.୪ ପ୍ରତିଶତ ନମ୍ବର ରଖିଥିବା ବେଳେ ବାଣିଜ୍ୟରେ ରୋନିତ୍‌ ପାତ୍ର ସର୍ବାଧିକ ୯୯.୨ ପ୍ରତିଶତ ରଖି ଉଭୟ ଆଞ୍ଚଳିକ ଟପ୍ପର ହୋଇଛନ୍ତି। ବିଜ୍ଞାନରେ ପ୍ରଥମ ପ୍ରତୀକ ମହାନ୍ତି ସର୍ବାଧିକ ୯୯ ପ୍ରତିଶତ ନମ୍ବର ରଖି ସ୍କୁଲ ଗୌରବାନ୍ଵିତ କରିଛନ୍ତି। ସ୍କୁଲ ଏହି ସଫଳତାରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ସଫଳତା ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସେ କହିଛନ୍ତି, କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲ ଗୁଣାତ୍ମକ ଶିକ୍ଷା ପ୍ରଣାଳୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିଷ୍ଠା ଏବଂ ଛାତ୍ରଛାତ୍ରୀଙ୍କୁ ସମୟ ଉପଯୋଗୀ ପରାମର୍ଶ ଯୋଗୁ ଦୀର୍ଘ ୧୬ବର୍ଷ ହେଲା ଏହି ସଫଳତା ସମ୍ଭବ ହୋଇଆସୁଛି। ଏଥିପାଇଁ ସେ ସ୍କୁଲ୍‌ର ଚେୟାରପର୍ସନ ଡ. ମୋନା ଲିସା ବଳ ଏବଂ ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ତଥା ଅନ୍ୟାନ୍ୟଶିକ୍ଷକ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲ୍‌ର ଛାତ୍ରଛାତ୍ରୀମାନେ ଶିକ୍ଷା ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ରାଜ୍ୟ ଓ ଜାତୀୟସ୍ତରରେ ମଧ୍ୟ ସଫଳତା ହାସଲ କରିଆସୁଛନ୍ତି ।

Comments are closed, but trackbacks and pingbacks are open.