ଗାର୍ଲଫ୍ରେଣ୍ଡକୁ ଭେଟିବା ହେଲା କାଳ: ଧରାପଡ଼ିଲା ରାଜା ସାହାଣୀ

156

ଭୁବନେଶ୍ୱର: ଗାର୍ଲଫ୍ରେଣ୍ଡ ସହ ବୁଲିବା ପଡ଼ିଲା ମହଙ୍ଗା। ଶେଷରେ କମିଶନରେଟ୍ ପୁଲିସ ପଞ୍ଝାରେ ଧରାଦେଲା ଦୁର୍ଦ୍ଦାନ୍ତ ଆନ୍ତଃରାଜ୍ୟ ଡକାୟତ ରାଜା ସାହାଣୀ। ଉତ୍ତରାଖଣ୍ଡର ଋଷିକେଶରେ ପ୍ରେମିକା ସହ ବୁଲୁଥିବା ବେଳେ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ତାକୁ ଗିରଫ କରିଛି। ସୂଚନା ଅନୁଯାୟୀ, ୨୦୨୫ ଅକ୍ଟୋବର ୩ ତାରିଖରେ ରାଜା ସାହାଣୀ ଚୌଦ୍ୱାର ଜେଲ୍ ପାଚେରୀ ଡେଇଁ ଫେରାର ହୋଇଯାଇଥିଲା। ସେବେଠାରୁ ପୁଲିସ ତାକୁ ଖୋଜୁଥିବା ବେଳେ ଉତ୍ତରାଖଣ୍ଡର ଏକ ରେଲୱେ ଷ୍ଟେସନରୁ ମିଳିଥିବା ଏକ ଫଟୋ ଅଭିଯୁକ୍ତର ପତ୍ତା ଦେଇଥିଲା। ଷ୍ଟେସନରେ ଉଠିଥିବା ସେହି ଫଟୋକୁ ଦେଖି କମିଶନରେଟ୍ ପୁଲିସ ତାକୁ ଚିହ୍ନଟ କରିବା ସହ ଋଷିକେଶରେ ଚଢ଼ାଉ କରିଥିଲା। ମିଳିଥିବା ଖବର ଅନୁସାରେ, ରାଜା ନିଜ ଗାର୍ଲଫ୍ରେଣ୍ଡ ସହ ସେଠାରେ ବୁଲୁଥିବା ବେଳେ ଧରାପଡ଼ିଛି। ବିହାରର ଏହି ଦୁର୍ଦ୍ଦାନ୍ତ ଅପରାଧୀକୁ ପୁଲିସ ଟ୍ରାଞ୍ଜିଟ୍ ରିମାଣ୍ଡରେ କଟକ ଆଣୁଛି। ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ରାଜାର ସହଯୋଗୀ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ ଗିରଫ କରାଯାଇଥିଲା। ଦଶହରା ସମୟରେ ଉଭୟ ମଧୁକାନ୍ତ ଓ ରାଜା ଜେଲରୁ ଖସି ପଳାଇବାରେ ସଫଳ ହୋଇଥିଲେ।

Comments are closed, but trackbacks and pingbacks are open.