ପୁରୀ: ଚଳିତ ବର୍ଷର ପବିତ୍ର ଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହୋଇଛି। ପୂର୍ବରୁ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ସାରିଥିଲା। ଏବେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ପହଞ୍ଚିବା ପରେ ଭକ୍ତମାନଙ୍କ ଅପେକ୍ଷାର ଅନ୍ତ ଘଟିଛି । ଗୁରୁବାର ଅପରାହ୍ନରୁ ତିନି ରଥ ଟଣା ଆରମ୍ଭ ହୋଇଥିଲା। ତେବେ ପାରମ୍ପରିକ ସମୟ ସୀମା ଅତିକ୍ରମ କରିବାରୁ ସନ୍ଧ୍ୟାରେ ରଥଟଣାକୁ ସ୍ଥଗିତ ରଖାଯାଇଥିଲା। ଗୁରୁବାର ଦିନ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ମାର୍କେଟ ଛକ, ମା’ ସୁଭଦ୍ରାଙ୍କ ଦର୍ପଦଳନ ମାର୍ଚ୍ଚିକୋଟ ଛକ ନିକଟରେ ଅଟକି ଥିବା ବେଳେ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମାତ୍ର ଅଳ୍ପ ଦୂର ଅତିକ୍ରମ କରିଥିଲା। ଆଜି ସକାଳ ପ୍ରାୟ ୯:୩୦ ମିନିଟ୍ ସମୟରେ ବଡ଼ଦାଣ୍ଡରେ ପୁଣିଥରେ ରଥଟଣା ଆରମ୍ଭ ହୋଇଥିଲା ଏବଂ ରଥଗୁଡ଼ିକ ଶରଧାବାଲି ଅଭିମୁଖେ ଯାତ୍ରା କରିଥିଲେ। ଶ୍ରୀକ୍ଷେତ୍ର ପୁରୀରେ ତିନି ରଥ ଶରଧାବାଲିରେ ପହଞ୍ଚିବା ବେଳେ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଛି ସମଗ୍ର ବଡ଼ଦାଣ୍ଡ। ଆସନ୍ତାକାଲି ଚତୁର୍ଦ୍ଧାମୂର୍ତ୍ତୀଙ୍କ ଆଡ଼ପ ମଣ୍ଡପ ବିଜେ ଅନୁଷ୍ଠିତ ହେବ।
Comments are closed, but trackbacks and pingbacks are open.