ଏଥର ଓଡ଼ିଶା ରେ ହାଡ଼ ଭଙ୍ଗା ଜାଡ:ଆହୁରି ଖସିବ ପାରଦ

0 108

ଲଗାତାର ଲଘୁଚାପ ଫଳରେ ଏଥର ରାଜ୍ୟରେ ଶୀତ ଲହରୀ ଜାରିରହିଛି Iପ୍ରବଳ ହାଡ ଭଙ୍ଗା ଜାଡରେ ଥରୁଛି ସାରା ଓଡ଼ିଶା। ପଶ୍ଚିମ ,ଦକ୍ଷିଣ, ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡିଶା ରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ପ୍ରବଳ ଥଣ୍ଡା ଯୋଗୁଁ ରାତିରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ଠାରୁ ତଳକୁ ଖସୁଛି I ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ ଥଣ୍ଡା ବାୟୁ ଓଡିଶା ମଧ୍ୟକୁ ପ୍ରବେଶ କରୁଥିବାରୁ ୩ ରୁ ୪ ଦିନ ଶୀତର ପ୍ରକୋପ ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସେହିପରି ଆଜି ଦାରିଂବାଡ଼ି ରେ ରାତି ର ତାପମାତ୍ରା ୮ଡିଗ୍ରୀ ଥିବାବେଳେ ବଲାଙ୍ଗୀର ରେ ୯ ଡିଗ୍ରୀ ରହିଥିଲା I ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୩ରୁ ତିନି ଦିନ ମଧ୍ୟରେ ରାତି ର ତାପମାତ୍ରା ଆହୁରି ୨ ରୁ ୪ ଡିଗ୍ରୀ ତଳକୁ ଖସିବ I ସେପଟେ ରବିବାର ରାଜ୍ୟର ୯ ଟି ସହରର ତାପମାତ୍ର ୧୨ ଡିଗ୍ରୀ ତଳେ ସର୍ବନିମ୍ନ ରେକର୍ଡ ହୋଇଥିଲା I

Leave A Reply

Your email address will not be published.