ଆର୍ଥିକ ସମସ୍ୟା ଦୂର ପାଇଁ କରନ୍ତୁ ‘ଗୋଲମରିଚ’ ର ଏହି ସରଳ ଉପାୟ

16

‘ଗୋଲମରିଚ’ କୁ ଆମେ ଭାରତୀୟ ମାନେ ସାଧାରଣତଃ ଗରମ ମସଲାରେ ବ୍ୟବହାର କରିଥାଉ ଇ ଶୀତଦିନରେ ଚା’ତିଆରିରେ ‘ଗୋଲମରିଚ‘ ର ବ୍ୟବହାର ନିହାତି ଆବଶ୍ୟକ ହୋଇଥାଏ I ଏହାକୁ ସଠିକ୍ ପରିମାଣରେ ଖାଇବା ଦ୍ୱାରା ଥଣ୍ଡା, ଏବଂ ହଜମ ପ୍ରକ୍ରିୟା ଭଲ ହୋଇଯାଏ I ଏହା ସହିତ ‘ଗୋଲମରିଚ’ ମାଂସପେଶୀ ଯନ୍ତ୍ରଣାରେ ମଧ୍ୟ ଉପକାରୀ ହୋଇଥାଏ Iତେବେ ଆପଣ ଜାଣିଛନ୍ତି କି ‘ଗୋଲମରିଚ‘ ର ବ୍ୟବହାର ଦ୍ୱାରା ଆପଣ ଅନେକ ପ୍ରକାର ସମସ୍ୟା ରୁ ମୁକ୍ତି ସହିତ ଗୋଲମରିଚ ର ଏକ ପ୍ରକାର ତୁଟୁକା ମଧ୍ୟ ହୋଇଥାଏ ଯାହାଦ୍ୱାରା କି ଆର୍ଥିକ ସମସ୍ୟା ରୁ ମୁକ୍ତି ,ସଙ୍କଟ ରୁ ମୁକ୍ତି ସହିତ ସୌଭାଗ୍ୟ ପ୍ରାପ୍ତି ପାଇଁ ମଧ୍ୟ ଏହାକୁ ରେ ବ୍ୟବହାର କରାଯାଇ ଥାଏ I ଆସନ୍ତୁ ଜାଣିବା ‘ଗୋଲମରିଚ’ ର ଏହି ୫ ଟି ପ୍ରଭାବଶାଳୀ ଉପାୟ ବିଷୟରେ :

ଗୋଲମରିଚ ର ପ୍ରଭାବଶାଳୀ ତୁଟୁକା ୧
ଯଦି ଆପଣ ଅନେକ ଦିନ ରୁ ଆର୍ଥିକ ସମସ୍ୟା ଭୋଗୁଛନ୍ତି କିମ୍ବା ଚାକିରୀ ଜନିତ ସମସ୍ୟା ଲାଗି ରହୁଛି , ତେବେ ଏଥିପାଇଁ ଆପଣ ୫ ଟି ଗୋଲମରିଚ ଦାନା ନିଅନ୍ତୁ Iଏହା ପରେ, ଏହାକୁ ମୁଣ୍ଡରେ ୭ ଥର ଲଗାଇବା ପରେ କୌଣସି ଏକ ୪ ଛକ କିମ୍ବା ଏକ ନିଛାଟିଆ ସ୍ଥାନରେ ଠିଆ ହୋଇ ଚାରି ଦିଗରେ ୪ ଟି ଦାନା ପକାନ୍ତୁ ଏବଂ ୫ ମ ଦାନା ଟିକୁ ଆକାଶ ଆଡକୁ (ଉପରକୁ) ପକାଇ ପଛକୁ ନ ଚାହିଁ ଏକମୁହାଁ ହୋଇ ଘରକୁ ଫେରି ଆସନ୍ତୁ I
ଗୋଲମରିଚ ର ପ୍ରଭାବଶାଳୀ ତୁଟୁକା ୨
ଯଦି ଶନି ଦେବ ଙ୍କ ସମସ୍ୟା ଲାଗି ରହୁଛି ଏଥିରୁ ମୁକ୍ତି ପାଇବା ପାଇଁ ଗୋଲମରିଚର ବ୍ୟବହାର ବେଶ ପ୍ରଭାବଶାଳୀ I ଶନି ଦେବଙ୍କ ସଙ୍କଟ ରୁ ମୁକ୍ତି ପାଇବା ପାଇଁ ଏକ କଳା କପଡ଼ାରେ ୧୧ ଦାନା ଗୋଲମରିଚ ୧୧ ଟି ଟଙ୍କା କଏନ ବାନ୍ଧି ଶନିବାର ଦିନ ଦାନ କରି ଦିଅନ୍ତୁ ଇ ଏଥିରୁ ଶନି ‘ଅଢେଇ’ ରୁ ବ୍ୟକ୍ତି ଙ୍କୁ ମୁକ୍ତି ମିଳିଥାଏ I
ଗୋଲମରିଚ ର ପ୍ରଭାବଶାଳୀ ତୁଟୁକା ୩
କୌଣସି ଅମାବାସ୍ୟା କିମ୍ବା ପୂର୍ଣ୍ଣିମା ଦିନ, କିଛି ଗୋଲମରିଚ କୁ ହାତରେ ନେଇ ପରିବାରର ସଦସ୍ୟଙ୍କ ମୁଣ୍ଡ ଉପରୁ ‘ଓ଼ମଂ କ୍ଳିଙ୍ଗ’ କହି ବୁଲାଇ ଆଣି ଘର ର ଦକ୍ଷିଣ ଦିଗରେ ଫୋପାଡ଼ି ଦିଅନ୍ତୁ ଇ ଗୋଲ ମରିଚର ଏହି ପ୍ରଭଶାଳୀ ଉପାୟ ଦ୍ୱାରା ଶତ୍ରୁ ନାଶ ହୁଅନ୍ତି I

ଗୋଲମରିଚ ର ପ୍ରଭାବଶାଳୀ ତୁଟୁକା ୪
କିଛି ଗୁରୁତ୍ୱପୂର୍ଣ୍ଣ କାମ ବାରମ୍ବାର ବିଗିଡି ଯାଉଥାଏ ତେବେ ଏଥିପାଇଁ ଘରୁ ବାହାରିବାବେଳେ ମୁଖ୍ୟ ଦ୍ୱାରରେ କିଛି ଗୋଲ ମରିଚ ରଖନ୍ତୁ I ଏବଂ ଯିବା ସମୟରେ ଏହା ଉପରେ ପାଦ ରଖି ବାହାରେ ପାଦ ଦିଅନ୍ତୁ I ଆପଣ ଯେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଯାଉଥାନ୍ତି ଅବଶ୍ୟ ତାହା ସଫଳ ହେବ I

ଗୋଲମରିଚ ର ପ୍ରଭାବଶାଳୀ ତୁଟୁକା ୫
ଗୋଲମରିଚର ୭-୮ ଟି ଦାନା ନେଇଘରର ଯେକୌଣସି କୋଣରେ ରଖି ଜାଳି ଦିଅନ୍ତୁ I ଏହା ବ୍ୟତୀତ ୫ ଗ୍ରାମ କର୍ପୁର ,୫ ଗ୍ରାମ ହେଙ୍ଗୁ ,ଏବଂ ୬ ଟି ଗୋଲ ମାରିଚାକୁ ନେଇ ଛୋଟ ଛୋଟ ଦାନା କରନ୍ତୁ ଏହାକୁ ସକାଳେ ଓ ସନ୍ଧ୍ୟାରେ ପୂଜା ପରେ ଘରେ ଜାଳି ଦିଅନ୍ତୁ I ଏ ପରି କରିବା ଦ୍ୱାରା ଘରର ଆର୍ଥିକ ସଙ୍କଟ ସାଙ୍ଗକୁ ନଜର ଦୋଷ ମଧ୍ୟ କଟିଥାଏ I ଏହା ବହୁ ପରୀକ୍ଷଣ ଏବଂ ପ୍ରଭାବଶାଳୀ ଉପାୟ I

Leave A Reply

Your email address will not be published.