‘ଓମିକ୍ରନ୍‌’ ଭୟ ର କାରଣ ନାହିଁ : ଆଇସିଏମ୍‌ଆର୍‌

0 104

ଦକ୍ଷିଣ ଆଫ୍ରିକା ରୁ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରନ୍‌’ ପାଇଁ ସାରା ବିଶ୍ୱ ଏବେ ଚିନ୍ତିତ ଅଛନ୍ତି । ଏହାକୁ ନେଇ ସମସ୍ତଙ୍କ ମନରେ ପଶିଛି ଛନକା। ଏଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବିଭିନ୍ନ ଦେଶଗୁଡିକ ଆଗୁଆ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଜାରି କରିସାରଲେଣି। ଏ ପରି ସମୟରେ ଭାରତ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଜରୁରୀ କାଳୀନ ବୈଠକ କରି ବିଦେଶୀ ଆଗନ୍ତୁକ ମାନଙ୍କୁ ବିମାନ ବନ୍ଦର ରେ ଯାଞ୍ଚ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଇ ତେବେ କରୋନାର ଏହି ନୂଆ ଭାରିଏଣ୍ଟକୁ ନେଇ କୌଣସି ଭୟ କରିବା ଉଚିତ ନୁହଁ। ଏଭଳି କିଛି କହିଛି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ। ଏଥିସହ କରୋନା କଟକଣା ପାଳନ ସହ କରୋନା ଟିକାର ଦ୍ୱିତୀୟ ଡୋଜ ନେବାର ଅବହେଳା ନ କରିବାକୁ ଦେଶବାସୀଙ୍କୁ ଆଇସିଏମଆର ଅପିଲ କରିଛି। ଆଗୁଆ କରୋନାର ମ୍ୟୁଟାଣ୍ଟ ଭୁତାଣୁ ହୋଇଥିବା ସତ୍ତ୍ୱେ ଓମିକ୍ରନ ଅଧିକ ସଂକ୍ରାମକ ଓ ଘାତକ ସାବ୍ୟସ୍ତ ହେବ ବୋଲି କହିବା ଭୁଲ୍‌ ହେବ। ଏବେ ଓମିକ୍ରନ ବାବଦରେ ଅଧିକ ଜାଣିବା ପାଇଁ ଲ୍ୟାବ ରିପୋର୍ଟକୁ ଅପେକ୍ଷା କରାଯାଉଛି। ଜିନୋମ ସ୍ୱିକେନସରେ କୋଭିଡର ଏହି ନୂଆ ଭୁତାଣୁରେ ଗଠନମୂଳକ ପରିବର୍ତ୍ତନ ଥିବା ଲ୍ୟାବ ରିପୋର୍ଟରେ ଜଣାପଡିଛି। ତେବେ ଏହାକୁ ଦ୍ରୁତ ସଂକ୍ରାମକ କହି ହେବ ନାହିଁ ବୋଲି ଆଇସିଏମ୍ଆର୍‌ର ମହାମାରୀ ଓ ସଂକ୍ରାମକ ରୋଗ ବିଶେଷଜ୍ଞ ସମୀରନ ପଣ୍ଡା କହିଛନ୍ତି। ବିଶ୍ୱର ଅନ୍ୟ ରାଷ୍ଟ୍ରରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ବର୍ତ୍ତମାନ ସତର୍କ ରହିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଦ୍ୱିତୀୟ ଡୋଜର ଦ୍ରୁତ ଟିକାକରଣ ଜରୁରୀ, ଏପରି ହେଲେ ଦେଶର ସଂଖ୍ୟାଧିକ ଲୋକଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବ। କରୋନା ମୁକାବିଲାରେ ଏହା ବଡ ପଦକ୍ଷେପ ହେବ ବୋଲି ସେ କହିଛନ୍ତି।
ଅନ୍ୟପଟେ ଦକ୍ଷିଣ ଆଫ୍ରିକା ପରେ ବ୍ରିଟେନ, ଜର୍ମାନୀ ଓ ଇଟାଲିରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ବିଶ୍ୱ ପାଇଁ ଚିନ୍ତା ବଢାଇ ଦେଇଛି। ବ୍ରିଟେନ ଓ ଜର୍ମନୀରେ ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶନିବାର ଇଟାଲିରେ ଜଣେ ଓମିକ୍ରନ ଭାରିଏଣ୍ଟରେ ସଂକ୍ରମିତ ହୋଇଥିବା ମାମଲା ସାମ୍ନାକୁ ଆସିଛି।

Leave A Reply

Your email address will not be published.